ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

ଥୁଆମୂଳ ରାମପୁର:୧୩/୦୪ – (ମନିସ):- କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ଯୟ କରାଯାଉଛି।ହେଲେ ସେଅନୁପାତରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ଯକାରୀ ହୋଇ ପାରୁନାହିଁ। ଯୋଜନା ଅଧାରୁ ହିଁ ବାଟବଣା ହୋଇଯାଉଛି। ଏତେ ଯୋଜନା ଚାଲିଛି ତଥାପି ଅଞ୍ଚଳର ବିକାଶର ନାଁଗନ୍ଧ ଧରୁନାହିଁ। ଦେଶ ସ୍ବାଧୀନତାର ଦୀର୍ଘଦିନ ଅତିକ୍ରମ କରି ସାରିଛି, ତଥାପି ଅନେକ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଯୋଜନା ଅନେକ ତଥାପି ଅନେକ ଲୋକ ମୌଳିକ ସୁବିଧା ସୁଯୋଗ ପାଇବାରେ ବଞ୍ଚିତ ରହିଛନ୍ତି। ଏହାର କିଛି ନା କିଛି ତୃଟି ରହିଥିବା ଭଳି ମନେ ହୁଏ, ପୁଣି ରାଜ୍ଯ ସରକାର ଘୋଷଣା କରିଛନ୍ତି ଯେ ଗାଁକୁ ଚାଲ ଗାଁକୁ ଗଢ କାହିଁ ଗଲା ଏହା କେବଳ ସ୍ଳୋଗାନରେ ସୀମିତ ରହିଯାଇଛି। ଯାହାବି କୁହାଯାଉଛି ତାହା ଦୁର୍ଗମ ଅଞ୍ଚଳରେ ବସବାସ କରିଥିବା ଲୋକଙ୍କୁ ଆଶ୍ବାସନା ଦିଆଯାଉଥିବା ଭଳି ଜଣାଯାଏ। ଏତେ ଗୁଡାଏ ଯୋଜନା ତିଆରି ହେଉଛି ଓ କାର୍ଯ୍ଯକାରୀ ହେଉଛି ତଥାପି ଅଧିକାଂଶ ସ୍ଥାନରେ ଏବେ ମଧ୍ୟ ପାନୀୟ ଜଳ, ରାସ୍ତାଘାଟ, ନଦୀରେ ପୋଲର ଅଭାବ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି ଅନେକ ସମସ୍ୟାରେ ଜର୍ଜରିତ ଥିବା ଏହି ବ୍ଳକକୁ ଏଠାରେ ଉଦାହରଣ ସ୍ବରୂପ ନିଆଯାଇଛି। ତାହା ହେଲା କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଏହି ବ୍ଳକରେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ଯକାରୀ ନାଁରେ କୋଟି କୋଟି ଟଙ୍କା ବ୍ଯୟ କରାଯାଉଛି। ତଥାପି ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଆଜି ବି ଦୁର୍ଗମ ଅଞ୍ଚଳକୁ ଯୋଜନା ପହଞ୍ଚି ପାରିଲାନାହିଁ। ଏହି ବ୍ଳକରେ ଏମିତି ଅନେକ ଗାଁ ରହିଛି ଯେଉଁଠି କି ସାଇକେଲ କିମ୍ବା ମଟର ସାଇକେଲରେ ଯିବା ଦୂରର କଥା ଲୋକେ ଚାଲିକି ଯିବା ପାଇଁ ମୁସ୍କିଲ ହୋଇପଡୁଛି। ଗାଁକୁ ଯିବାକୁ ହେଲେ ପାହାଡ ପର୍ବତ ଘଞ୍ଚ ଜଙ୍ଗଲ ବାଟ ଦେଇ ଯିବାଆସିବା ଲୋକଙ୍କ ନିତିଦିନିଆ କାମରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଗ୍ରାମପଞ୍ଚାୟତକୁ କେତେ କଷ୍ଟ ସ୍ଵୀକାର କରି ପଡିଏସ ଚାଉଳ ହିତାଧିକାରୀ ଓ ବୃଦ୍ଧ ବୃଦ୍ଧା ସମେତ ଅନ୍ୟାନ୍ୟ ଲୋକେ ବିଭିନ୍ନ କାମ ନେଇ ଯିବାକୁ ପଡୁଛି। ଏହା ଛଡା ବେଳେବେଳେ ରୋଗୀଙ୍କୁ ଖଟିଆରେ ବୋହିବା ସହିତ ସାଧାରଣ ଲୋକେ ସମସ୍ତେ ପାହାଡ ଚଢି ଯାତାୟତ କରୁଥିବା ଭଳି ଦୃଶ୍ଯ କେତେ ଯେ କଷ୍ଟକର ତାହା ହୃଦୟଙ୍ଗମ କରିଥିବା ଲୋକେ ହିଁ ବୁଝିପାରିବେ। ଯେଉଁଠି ରାସ୍ତା ଘାଟର ଅଭାବ ରହିଛି ସେଠି ସ୍ବାସ୍ଥ୍ୟ ଓ ଶିକ୍ଷା କଥା ନକହିବା ଭଲ, ଲୋକେ ପାନୀୟ ଜଳ ଭାବରେ ଝରଣା ନାଳ ଝର ଜଳ ଉପରେ ନିର୍ଭରଶୀଳ କରୁଛନ୍ତି। ସେଭଳି ଅଧିକାଂଶ ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଞ୍ଚିତ କରିଛନ୍ତି। କେତେକ ସ୍ଥାନରେ ନଦୀ ଉପରେ ପୋଲ ନିର୍ମାଣ କରାଯାଇ ନଥିବା ଯୋଗୁଁ ବର୍ଷା ଦିନେ କେତେ ଗ୍ରାମ ବାହ୍ଯଜଗତର ବିଛିନ୍ନ ହୋଇପଡନ୍ତି। ଏଭଳ ସମସ୍ୟା ଭିତରେ ଲୋକେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯାହାବି ଉନ୍ନୟନ ମୂଳକ କାର୍ଯ୍ଯ କରାଯାଉଛି ସେଥିରେ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଲାଭଖୋର ମନୋବୃର୍ତ୍ତି ଯୋଗୁଁ ଅଞ୍ଚଳର ବିକାଶ ପ୍ରତି ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଥୁଆମୂଳ ରାମପୁର ବ୍ଳକର ଅଧିକାଂଶ ଲୋକଙ୍କର ଅବସ୍ଥା ହେଲା ଗରିବ ଓ ସଚେତନତା ଅଭାବ ଏହାର ସୁଯୋଗ ନେଇ କିଛି ସ୍ଵାର୍ଥପର ବ୍ଯକ୍ତି ଯୋଜନାକୁ ବାଟବଣା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଏ,ଏହା ଯୋଗୁଁ ଅଞ୍ଚଳର ବିକାଶରେ ବାଧକ ସାଜୁଛି। ବ୍ଳକରେ ଯାହାବି ଉନ୍ନୟନ ମୂଳକ ଯୋଜନା ଚାଲିଛି ତାହା ପୁଣି ବିନା ସୂଚନା ଫଳକରେ। ଲୋକେ ସୂଚନା ପାଇବାରୁ ବଞ୍ଚିତ। ଏହାଦ୍ବାରା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କାଗଜ କଲମରେ ସୀମିତ ରହୁଥିବା ଭଳି ସନ୍ଦେହ ସୃଷ୍ଟି କରୁଅଛି। କେତେକ କାର୍ଯ୍ଯରେ ଠିକାଦାର ଙ୍କୁ ସୋହାଇଲା ଭଳି ବିଭାଗୀୟ କିଛି କର୍ମଚାରୀ ସହଯୋଗ କରୁଥିବା ଭଳି ମନେହୁଏ। ଏହିଭଳି ଭାବରେ କାର୍ଯ୍ଯ ଚାଲୁଥିବା ବେଳେ କୌଣସି ପ୍ରକାରେ ଏହାର ଉଚିତ ତଦାରଖ କରାଯାଉ ନାହିଁ, ଉନ୍ନୟନ କାର୍ଯ୍ଯରେ ଠିକାଦାର ମନଇଚ୍ଛା କରୁଥିବା ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡିବାର ଦେଖାଦେଇଛି। ଏହା ଦ୍ବାରା ଠିକାଦାର ନିମ୍ନମାନର କାମ କରି ମାଲାମାଲ ହେଉଛନ୍ତି। ଏହାରି ଯୋଗୁଁ ତାହାର କୁପରିଣାମ କେବଳ ନିରୀହ ଜନତାଙ୍କୁ ପଡିବା ସହିତ ସେମାନେ ଦୁଃଖ ଭୋଗିବାକୁ ପଡୁଛି। ସେମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ସାତସପନ ପାଲଟିଛି। ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ଏହାର ପ୍ରତିବାଦ କରିବା ପାଇଁ କାହାରି ପାଖରେ ସାହସ ନାହିଁ, ଯାହାକୁ ଲୋକେ ଭରସା କରି ନିର୍ବାଚନ ବୈତରଣୀ ପାର କରେଇଲେ ସେ ନେତାମାନେ ସ୍ଥାଣୁ ପାଲଟିଯାଇଛନ୍ତି। ଲୋକଙ୍କ ସହିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ସ୍ଥାନୀୟ ଜନପ୍ରତିନିଧି ନିଜ ପେଟ ପାଟଣା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକଙ୍କ କଥା ଶୁଣିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ସେହିଭଳି ଜିଲ୍ଲା ଡିଆରଡିଏ ତରଫରୁ ଏହି ବ୍ଳକରେ କେଉଁ କେଉଁ କାର୍ଯ୍ଯ ସ୍ଥାନମାନଙ୍କରେ ଚାଳିଛି ତାହା ଲୋକମାନେ ଜାଣିବା ପାଇଁ ମୁସ୍କିଲ ହୋଇପଡିଛି। ଥୁଆମୂଳ ରାମପୁର ବ୍ଳକ ଏକ ଦଲାଲଙ୍କ ପେଣ୍ଠସ୍ଥଳୀ ଭାବରେ ପରିଣତ ହୋଇଯାଇଛି। ସ୍ଥାନୀୟ ଜନପ୍ରତିନିଧି କାହାସ୍ବାର୍ଥ ପାଇଁ ଅଛନ୍ତି ସେନେଇ ଗରିବ ଲୋକଙ୍କ ମନରେ ଗଭୀର ଭାବରେ ଉଦବେଗ ପ୍ରକାଶ ପାଉଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଖକୁ କେବେ ମୌଳିକ ସୁବିଧା ପହଞ୍ଚିବ କିମ୍ବା ଆଉ କେତେ ବର୍ଷ ସରକାର ଶାସନ କଲାପରେ ଯାଇ ଅଞ୍ଚଳର ବିକାଶ ହେବ ସେନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

masiha

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଗଠନ

Sunil Chandra Nayak

Leave a Comment

error: Content is protected !!