ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ମହିଳା ସୁଵାଈ ଗଣ୍ଡ 

ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ମହିଳା ସୁଵାଈ ଗଣ୍ଡ 

ନବରଙ୍ଗପୁର (ତା ୦୫/୦୮)(ରବି ନାରାୟଣ ମହାନ୍ତି)-କେନ୍ଦ୍ର ଓ ରାଜ୍ୟ ସରକାର ବିକଳାଙ୍ଗ ମହିଳା, ପୁରୁଷ ଓ ବାଳକ ବାଳିକା ମାନଙ୍କ ପାଇଁ ବିକଳାଙ୍ଗ ଭତ୍ତାର ପ୍ରଣୟନ କରିଛନ୍ତି |ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏହି ଯୋଜନା ମଧ୍ୟ ବାଟବଣା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି |ଆଜି ବି ସମ୍ପୂର୍ଣ୍ଣ ବିକଳାଙ୍ଗ ଥିବା ବ୍ୟକ୍ତି ଓ ମହିଳା ଏହି ଯୋଜନାରୁ ବଞ୍ଚିତ ରହିଥିବା ଭଳି ଅଭିଯୋଗ ଆସିଛି |ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଂଚାୟତ ଅନ୍ତର୍ଗତ ଡଙ୍ଗରିପାରା ଗ୍ରାମର ବାଳସୁ ଗଣ୍ଡ ଙ୍କ ସ୍ତ୍ରୀ ସୁଵାଈ ଗଣ୍ଡ , ବୟସ ପାଖାପାଖି ୪୩ବର୍ଷ |୬ବର୍ଷ ପୂର୍ବେ ତାଙ୍କର ଦୁଇ ପାଦରେ ଘା ହୋଇଥିଲା |ସେ ତାଙ୍କ ପାଦର ଚିକିତ୍ସା ପାଇଁ ଅନେକ ଡାକ୍ତରଖାନା ବୁଲିଲେ ହେଲେ କିଛି ବି ସୁଫଳ ମିଳିଲାନାହିଁ |ଶେଷରେ କୋଣ୍ଡାଗାଁ ଗ୍ରାମର ଏକ ଵେସରକାରୀ ଡାକ୍ତରଖାନାରେ ଯାଇ ଦେଖେଇବାରୁ ସଂକ୍ରମଣ ଅତ୍ୟଧିକ ବଢ଼ି ଯାଇଛି କହି ପାଦ ଦୁଇଟା କାଟି ଦେଇଥିଲେ |ସେବେଠୁ ସୁବାଇ ଏକ ବିକଳାଙ୍ଗ ଭଳି କାଳ କାଟୁଛନ୍ତି |ଘଟଣାକୁ ୬ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିଯାଏ ସେ ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ଅଛନ୍ତି |ସୁଵାଈଙ୍କ ପରିବାରରେ ମୋଟ ୭ଜଣ ସଦସ୍ୟ ରହିଥିବା ବେଳେ, ସେମାନଙ୍କ ମଧ୍ୟରେ ୩ଜଣ ପୁଅ ଓ ୨ଜଣ ଝିଅ ଅଛନ୍ତି |ଘରର ଆର୍ଥିକ ସ୍ଥିତି ଅତି ଶୋଚନୀୟ |ସ୍ୱାମୀ କୁଲିମଜୁରୀ କରି ଯାହାକିଛି ବି ଆଣୁଛି ସେଥିରେ ୭ପ୍ରାଣୀଙ୍କ ପେଟ ଭରୁଛି |ସରକାରୀ ସହାୟତା କହିଲେ ମାତ୍ର ୩୫କେଜି ଚାଉଳ |ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାଏ ଘର ଖଣ୍ଡିଏ ମଧ୍ୟ ଏହି ପରିବାରକୁ ମିଳିନାହିଁ |ଏଣୁ ପ୍ରଶାସନ ତାର ସଠିକ ତଦନ୍ତ କରି ସୁଵାଈ ଗଣ୍ଡଙ୍କୁ ବିକଳାଙ୍ଗ ଭତ୍ତା ଓ ଟ୍ରାଇ ସାଇକେଲ ସାଙ୍ଗକୁ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗେଇ ଦେବାପାଇଁ ସାଧାରଣରେ ଦୃଢ ଦାବୀ ହେଉଛି |

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

ତେରେସିଂହାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବ୍ଲକ୍ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନ 

masiha

Leave a Comment

error: Content is protected !!