ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ସେବା : ଜଳାଭିଷେକ ଲାଗି ଦୃଷ୍ଟିହୀନଙ୍କୁ ସହାୟତା 

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ସେବା : ଜଳାଭିଷେକ ଲାଗି ଦୃଷ୍ଟିହୀନଙ୍କୁ ସହାୟତା 

କଟକ : ଦେବାଧିଦେବ ମହାଦେବ ହେଉଛନ୍ତି ଭୋଳା ଶଙ୍କର। ପୁଣି ସେ ହେଉଛନ୍ତି ତ୍ରିନାଥ । ଶ୍ରାବଣ ମାସରେ ବାବା ଶଙ୍କରଙ୍କୁ ଜଳାଭିଷେକ କଲେ କୋଟି ପୁନ୍ୟ ହୁଏ ବୋଲି ଧାର୍ମିକ ମତ ରହିଛି। ଏବେ ହିନ୍ଦୁ ଧର୍ମର ସାଧାରଣ ଜନତା ବହୁ ମାତ୍ରା ରେ ଜଳାଭିଷେକ କରିବାକୁ ଯାଉଛନ୍ତି । ଦୃଷ୍ଟିହୀନ ପିଲା ମାନେ ଇଛା ଥିଲେ ବି ଏହି ଜଳାଭିଷେକ ର ସୁଯୋଗ ପାଇ ପାରୁ ନାହାଁନ୍ତି। ସେଇ ଭାଇମାନଙ୍କ ପାଇଁ ସୁଯୋଗ ଆଣିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା । ଆଜି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭାଈ ଓ ଭଉଣୀ ମାନଙ୍କୁ ନେଇ ବାବା କପଳେଶ୍ୱର ମହାଦେବଙ୍କ ପୀଠ ରେ ଜଳାଭିଷେକ କରିଥିଲେ। ଜିବନର ପ୍ରଥମ ଥର ଜଳାଭିଷେକ କରୁଥିବା ଜୟରାମ ଦାସ କୁହନ୍ତି ବାବାଙ୍କ ଦୟାରୁ ଆମେ ମୟୂରଭଞ୍ଜରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳାଭିଷେକ କରୁଛୁ । ଅନ୍ୟ ଜଣେ ଭକ୍ତ ବିଶୁ ଭାବରେ ଭାବରେ କାନ୍ଦି ପକାଇଥିଲେ,ଏହାବି ଥିଲା ତାଙ୍କର ପ୍ରଥମ ଅନୁଭୂତି। ଏହା ଥିଲା ବାବାଙ୍କ ମହିମା। ଆଜି ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଥିବା ଭାଈ ମାନେ ହେଲେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି,ଉପ ସଭାପତି ଶ୍ରଯୁକ୍ତ ରଶ୍ମି ରଞ୍ଜନ ବାରିକ,ଉପଦେଷ୍ଟା ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମହାପାତ୍ର,ମନୋଜ କୁମାର ରାଉତ,ବହ୍ଲବ ମହାପାତ୍ର,ମୁନ୍ନା ସାହୁ, ଶୈଳବାଳା ମହାପାତ୍ର ଓ ସନା ଭାଇ ପ୍ରମୂଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ

masiha

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

Sunil Chandra Nayak

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

Leave a Comment

error: Content is protected !!