ପଲନା:୨୪/୦୫ – (ମନିସ):- ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ ନିକଟ ଖଇମାଲ ଗ୍ରାମର ଗତ ତା ୨୨/୦୫/୨୦୨୩ ରିଖ ସକାଳ ୭ ଘଣ୍ଟା ସମୟରୁ ଆରମ୍ଭ ହୋଇ ତା ୨୪/୦୫/୨୦୨୩ ରିଖ ୭ ଘଣ୍ଟା ସମୟରେ ଷୋହଳ ପ୍ରହରୀ ନାମଯଜ୍ଞ ଶେଷ ହୋଇଯାଇଛି। ଏଥିରେ ବିଭିନ୍ନ ସ୍ଥାନରୁ ସଂକିତ୍ତନ ଦଳ ଅଂଶଗ୍ରହଣ କରିଥିବା ବେଳେ ଶହ ଶହ ଲୋକଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। କର୍ତ୍ତା ଭାବରେ ଉଗ୍ରସେନ ରଣା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୌରେନ୍ଦ୍ରି ରଣା କାର୍ଯ୍ଯ ତୁଳାଇ ଥିଵା ବେଳେ ଶ୍ରୀ କ୍ଷମାନିଧି ତ୍ରିପାଠୀ ପୂଜକ ଭାବରେ ପୂଜାର୍ଚ୍ଚନା କାର୍ଯ୍ଯ କରିଥିଲେ। ଆଖପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
previous post