ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଝାମୁଯାତ୍ରା ପାଇଁ ଭୂମିପୂଜା ଓ ମାଁ ଅଷ୍ଟ ଚଣ୍ଡୀଙ୍କ ନଗର ପରିକ୍ରମା 

ଝାମୁଯାତ୍ରା ପାଇଁ ଭୂମିପୂଜା ଓ ମାଁ ଅଷ୍ଟ ଚଣ୍ଡୀଙ୍କ ନଗର ପରିକ୍ରମା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଆଗାମୀ ଚୈତ୍ର ମାସରେ ହେବାକୁ ଥିବା ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଙ୍କ ଝାମୁଯାତ୍ରା ଅବସରରେ ଶନିବାର ମାଁ ଚଣ୍ଡୀଙ୍କର ଉଲଗନ ଦିଆ ତଥା ଭୂମିପୂଜା, ବାନା ପୂଜା ଆୟୋଜିତ ହୋଇଯାଇଛି। ଅପରାହ୍ନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ, ଶଙ୍ଖ, ନିଶାଣ, ହୁଳହୁଳି, ବାଜା ସହ ଗ୍ରାମର ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରୁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ଯାତ୍ରାରେ ଚଣ୍ଡୀଙ୍କ ସମେତ ପାର୍ଶ୍ବ ଦେବୀଙ୍କ ପରିକ୍ରମା ହୋଇ ଶିବ ମନ୍ଦିରଠାରୁ ପ୍ରତ୍ୟାବର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ମୂଖ୍ୟ ଦେହୁରୀ ସୁଶାନ୍ତ ମଲ୍ଲିକ ଙ୍କୁ କାଲିଶ୍ରୀ ଆସିଲାପରେ ମ.ରାମପୁର ନିଲମାଧବ ସିଂ ଦେଓ ରାଜାପରିବାର ସଦସ୍ୟ ରୁ ପାଟସେନ୍ଦୁର ପ୍ରଥମେ ଚଣ୍ଡୀଙ୍କୁ ସମର୍ପଣ କରିଥିଲେ।ସେବାୟତ ରଞ୍ଜନ ରଣା, ହରି ବାରିକ, ହୃଦାନନ୍ଦ ମଲ୍ଲିକ, ବୃହସ୍ପତି ରଣା, ସୂର୍ଯ୍ୟମଣି ରଣା, ମହେନ୍ଦ୍ର ପ୍ରଧାନୀ, ଶେଷଦେବ ରଣା, ମଣ୍ଟୁ ରଣା, ମହିମା ରଣା, କୈଳାସ କୁମୁରା, ଲମ୍ବଧର ରଣା, ମାର୍କଣ୍ଡ ପ୍ରଧାନୀ, ଚୁନୁ ପଟନାୟକ, ସରପଞ୍ଚ ସେବତୀ ରଣା, ମାଧବ ମାଝୀ, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣା ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଚୈତ୍ର ମାସରେ ୭ ଦିନ ବ୍ୟାପୀ ମାଁ ଅଷ୍ଟଚଣ୍ଡୀ ତାରିଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେବାର କାଯ୍ଯକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ଗ୍ରହରାଜ ଶନିଙ୍କ ପୀଠରେ ଜଳ ଅଭିଷେକ କଲେ ଭକ୍ତ 

Sunil Chandra Nayak

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ 

Sunil Chandra Nayak

Leave a Comment

error: Content is protected !!