ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

2024-25 ଖରିଫ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ କାରିଗରୀ,ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭବାନୀପାଟଣା: ତା 30.01.2025- ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ଓଡିଶା କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ 2024-25 ଖରିଫ ଧାନ ସଗ୍ରହ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର 223 ଗୋଟି ଧାନ ସଂଗ୍ରହ ମଣ୍ଡି ମାଧ୍ୟମରେ ଚାଷିଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଜିର ତାରିଖ ରେ ଜିଲ୍ଲାର 95 ପ୍ରତିଶତ ଧାନ ଚାଷିଙ୍କ ଠାରୁ ମଣ୍ଡି ରୁ ସଂଗ୍ରହ କରାଯାଇ ସାରିଥିବା ଏବଂ ଏହି ପ୍ରକ୍ରିୟା ରେ ଜିଲ୍ଲାର 85 ଗୋଟି ମିଲର୍ସ ଉଷୁନା ପାଇଁ 70 ଓ ଅରୁଆ ଚାଉଳ ସଂଗ୍ରହ ପାଇଁ 15 ମିଲର୍ସ ଅଂଶଗ୍ରହଣ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ। ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାର ର ଟାର୍ଗେଟ ଥିବା 6406191.18 କୁଇଣ୍ଟାଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 5679970.3 କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି ଆଉ ବଳକା ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁରହିଛି ଖୁବ ଶୀଘ୍ର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବୈଠକରେ ଅବଗତ କରାଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟା କୁ ପ୍ରଶଂସା କରି ଚାଷୀ ଙ୍କର ହିତ ଦୃଷ୍ଟି ରୁ ଟାର୍ଗେଟ ଧାର୍ଯ୍ୟ ବଳକା ଧାନ ସଂଗ୍ରହ ପ୍ରକ୍ରିୟା ସୁଚାରୁରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ, ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଡି ଆର୍ ସି ଏସ୍, ପ୍ରମାଦ କୁମାର ସାହୁ ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ମାନ୍ୟବର ମନ୍ତ୍ରୀ ଏହାପରେ ଭବାନୀପାଟଣା ଅଞ୍ଚଳର କିଛି ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ ଏବଂ ସନ୍ଧ୍ୟାରେ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ର ସିଲଭର ଜୁବଲି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । 

( ମ ନି ସ ) 

Related posts

ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଓ଼ଆର କନେଷ୍ଟବଲରେ ସମ୍ମାନିତ ହେଲେ ସନ୍ତୋଷ

Sunil Chandra Nayak

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

Sunil Chandra Nayak

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

Leave a Comment

error: Content is protected !!