ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦର ନୂତନ କର୍ମକର୍ତା ଚୟନ

ଉତ୍କଳ ପରିଷଦର ନୂତନ କର୍ମକର୍ତା ଚୟନ

ନବରଙ୍ଗପୁର-(୨୧|୨)ନବରଙ୍ଗପୁର ସହରସ୍ଥିତ ହୋଟେଲ ତୃପ୍ତି ସମ୍ମିଳନୀ କକ୍ଷଠାରେ ଉତ୍କଳ ପରିଷଦ ନବରଙ୍ଗପୁର ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି l ପରିଷଦ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଗନାଥ ମହାପାତ୍ର ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠାନ ର ଉପ ସଭାପତି ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସର୍ବସମତି କ୍ରମେ ବରିଷ୍ଠ ଶିକ୍ଷାବିତ ତଥା ସାହିତ୍ୟିକ ଶ୍ରୀ ବିଜୟ କୁମାର ଚୌଧୁରୀ ସଭାପତି, ତପନ କୁମାର ବିଷୋୟୀ ସମ୍ପାଦକ, ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସlଙ୍ଗଠନିକ ସମ୍ପାଦକ, ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଓ ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଉପ ସଭାପତି, ଟେଲି ନିର୍ଦେଶକ ଶ୍ରୀ ମନୋଜ ପଟନାୟକ ଓ ଅଧିବକ୍ତା ଶ୍ରୀ ଗୋପାଳ କୃଷ୍ଣ ପାଣିଗ୍ରାହୀ ଯୁଗ୍ମ ସମ୍ପାଦକ, ଏବଂ ନାଟ୍ୟକାର ଶ୍ରୀ ଜଗନାଥ ବେହେରା କୋଷାଧକ୍ଷ ଏବଂ ଶ୍ରୀ ସୁରେଶ ମିଶ୍ର, ସି ଏଚ ଉଷାରାଣି ଏବଂ ରବିକାନ୍ତ ରଘୁରାମ ଙ୍କୁ କାର୍ଯ୍ୟକରାଣୀ ସଦସ୍ୟ ଭାବେ ଚୟନ କରାଯାଇଛି l ଅନୁଷ୍ଠାନର ସଭାପତି ଶ୍ରୀ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ସଭାପତି ପଦରେ ବରିଷ୍ଠ ଶିକ୍ଷlବିତ ଶ୍ରୀ ଚୌଧୁରୀଙ୍କୁ ସର୍ବସମତି କ୍ରମେସଭାପତି ଭାବେ ମନୋନୀତ କରାଯାଇ ଆଗାମୀ ସମୟରେ ଶିକ୍ଷା, ସାହିତ୍ୟ,ସଂସ୍କୃତି କୁ ପାଥେୟ କରି ସ୍ଥାପନ ହୋଇଥିବା ଅନୁଷ୍ଠାନ କିଭଳି ଅନେକ ସମାଜ ଗଠନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଜିଲ୍ଲାର ସ୍ୱତନ୍ତ୍ରତା ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା l ମୁଖ୍ୟ ଉପେଦେଷ୍ଟl ଶ୍ରୀ ଜଗନାଥ ମହାପାତ୍ର ଓ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ବା ସହ ଆଗାମୀ ଦିନରେ ଉତ୍କଳ ଦିବସ ଓ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସକୁ ମହା ଆଡମ୍ବର ସହକାରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚିତ୍ରଶିଳ୍ପୀଙ୍କ ରଙ୍ଗ ତୁଳୀରେ ଫୁଟି ଉଠିବ ଚିର ସବୁଜ ଶିମିଳିପାଳ ବିଶାଳ ପେଣ୍ଟିଙ୍ଗକୁ ଆଙ୍କିବାକୁ ଏକାଠି ହେବେ ଚିତ୍ର ଶିଳ୍ପୀ ପିଲାଙ୍କ ସହ ମିଶି ଆଙ୍କିବେ ଶିମିଳିପାଳର ଚିତ୍ର

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୬ ପାଳନ 

ସରକାରୀ ପ୍ରୟୋଗଶାଳାକୁ ଅସାଧୁ କମ୍ପାନୀ ନାମରେ ମାଲିକାନା କରିଦିଆଯାଉ-ଡ଼ିଡ଼ିସିଏ

masiha

Leave a Comment

error: Content is protected !!