ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

ରାୟଗଡ଼ା ତା ୫.୩.୨୦୨୩ // ରାୟଗଡ଼ା ବ୍ଲକ ସଦଭାବନା ସଭା ଗୃହରେ ବ୍ଲକ ସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଛି । ଏଥିରେ ସୁଶ୍ରୀ ଟୁନି ହୁଇକା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ଓ ପାନୀୟଜଳ ବିଭାଗ ସହକାରୀ ଯନ୍ତ୍ରୀ ଦୀପ୍ତି ବାଟଲାଭଦ୍ରା ପ୍ରମୁଖ ମାଞ୍ଚାସୀନ ଥିଲେ । ରାୟଗଡ଼ା ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଶିଶୁ ବିକାଶ, ମିଶନ ଶକ୍ତି, ଶିକ୍ଷା, ପାନୀୟ ଜଳ, ସ୍ୱଚ୍ଚ ଭାରତ ମିଶନ, ଗ୍ରାମୀଣ ଆବାସ, କୃଷି ଆଦି ବିଭାଗ ତରଫରୁ ସଚେତନତା ଷ୍ଟଲ ଓ ବ୍ୟାନର ପ୍ରଦର୍ଶନକୁ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଉଦଘାଟନ କରିଥିଲେ। ବିଜୁବାବୁଙ୍କ ଜନ୍ମ ଦିନରେ ଗ୍ରାମୀଣ ବିକାଶର ସଫଳତା କାହାଣୀ ମାନ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଅଧ୍ୟକ୍ଷା ବିଜୁବାବୁଙ୍କ ଜୀବନ ଆଦର୍ଶ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ସ୍ତରରୁ ବିକାଶ ନିମନ୍ତେ ସଂକଳ୍ପ ନେବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର ଓଡ଼ିଶାର ଅଗ୍ରଗତିରେ ପ୍ରଣୀତ ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିକାଶ ବିଷୟରେ ଅଭିଭାଷଣ ରଖିଥିଲେ । ଏହି ଦିନଟିକୁ ଲୋକସେବା ଦିବସ ରୂପେ ଉତ୍ସର୍ଗ କରି ସେମାନଙ୍କ ସମସ୍ୟା ଚିହ୍ନଟ ଓ ସମାଧାନ ସହ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରାଇବା ନିମନ୍ତେ ଆଲୋଚନା ହୋଇଥିଲା । ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଶିଶୁ ପ୍ରିୟ ପଞ୍ଚାୟତ ରୂପେ ହାଲୁଆ ଗ୍ରାମ ପଞ୍ଚାୟତକୁ ଦୁଇ ଲକ୍ଷ ଟଙ୍କା ଓ ସୁଦୃଢ଼ ଭିତ୍ତିଭୂମି ଗ୍ରାମ ପଞ୍ଚାୟତ ରୂପେ ପେଣ୍ଟା କୁ ଏକ ଲକ୍ଷ ଆର୍ଥିକ ପୁରସ୍କାର ସରକାର ଘୋଷଣା କରିବା ସହ ମାନପତ୍ର ଜିଲ୍ଲା ପରିଷଦ ରାୟଗଡ଼ା ତରଫରୁ ପ୍ରଦାନ କରାଯାଇଥିବାରୁ ପଞ୍ଚାୟତ ସମିତି ତରଫରୁ ହାଲୁଆ ସରପଞ୍ଚ ତାମାରାଓ ବିଡିକା ଓ ନିର୍ବାହୀ ଅଧିକାରୀ ଅଜିତ କୁମାର ହୋତା, ପେଣ୍ଟ। ପଞ୍ଚାୟତ ସରପଞ୍ଚ ଏ ବିଶ୍ଵନାଥ ଓ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଶ୍ରୀ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

Sunil Chandra Nayak

ଚାଷୀଙ୍କ ଆଖିରେ ପିଆଜ ଲୁହ ନା ଅଛି ଶୀତଳ ଭଣ୍ଡାର, ନା ଅଛି ବଜାର ବ୍ୟବସ୍ଥା, ବର୍ଷା ଓ କୁଆପଥର ମାଡ଼ରେ ଘାଇଲା ହେଲେ ପିଆଜ ଚାଷୀ 

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

Leave a Comment

error: Content is protected !!