ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇଘର କଲେଜ ଠାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇଘର,୧/୧୨ ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ଅବସରରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସଭାପତି ଭାବେ ମଞ୍ଚାସୀନ ହୋଇଥିବା ବେଳେ ଅର୍ଥନୀତି ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ | ଏଥିସହିତ ବରିଷ୍ଠ ଅଧ୍ୟାପକ , କିଶୋର କୁମାର ପାଲ, ବାଣିଜ୍ୟ ଅଧ୍ୟାପକ ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଆ ଅଧ୍ୟାପିକା ରେଣୁକା ସାମଲ, ପିଇଟି ପୂର୍ଣ୍ଣଚନ୍ଦ୍ର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ |ମଂଚାସୀନ ଅତିଥିମାନେ ଏଡ଼ସ ସଂକ୍ରମଣ ଠାରୁ ଜନସାଧାରଣ କିପରି ରକ୍ଷା ପାଇପାରିବେ ସେଥିପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ନାୟକ, ପ୍ରଲ୍ଲୀଭା ଭୂୟାଁ, ଦିଲୀପ ପଦାର, ଶକ୍ତି ଜେନା, ସଦାରାମ କେଉଟ ବୁଦ୍ଧେଶ୍ୱର ମଣ୍ଡଳ ପରିଚାଳନା କରିଥିଲେ |ଏହି ଉତ୍ସବ ଅବସରରେ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜ୍ଞାନ ଆହରଣ ପାଇଁ ଛାତ୍ର ଛାତ୍ରୀମାନଙ୍କ ଶିଳ୍ପ ସଂସ୍ଥା ପରିଦର୍ଶନ

masiha

ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ଜନ କଲ୍ୟାଣ ସାମ୍ୱାଦିକ ସଂଘ ଶୋକାକୁଳ ପରିବେଶରେ ଉପସ୍ଥିତ ରହି ନୀରବ ପ୍ରାର୍ଥନା

masiha

Leave a Comment

error: Content is protected !!