ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କାମାକ୍ଷାନଗର (ମନିସ )30/3/25 // ସାରୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଶତପଥୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମ୍ବିକା ସାହୁ। ସମ୍ମାନିତ ଅତିଥି ଭାବେ ସାରୁଆଳି ପଞ୍ଚାୟତ ସରପଞ୍ଚ ମଦନ ମୋହନ ବେହେରା, ପୂର୍ବତନ ଅବିଭକ୍ତ ମହୁଲପାଳ ପଞ୍ଚାୟତ ସରପଞ୍ଚ ଛବି ନାରାୟଣ ପରିଡ଼ା, ସିଆରସିସି ରାକେଶ କୁମାର ସାହୁପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶତପଥୀଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ସମୃଦ୍ଧି ମୟ ହେବାକୁ ଅତିଥିମାନେ କାମନା କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଜାଲିନ ସ୍ୱାଇଁ। ଶିକ୍ଷକ ରଞ୍ଜନ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ କ୍ରାନ୍ତି ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା ପରିଚାଳନାରେ ରୀନାରାଣୀ ସାମଲ, ପୃଥ୍ବୀରାଣୀ ଦେଇ, ସୁମିତ୍ରା ପ୍ରଧାନ, ମଧୁସ୍ମିତା ପରିଡ଼ା ଓ ସର୍ବେଶ୍ଵର ସାମଲ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

masiha

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ

masiha

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

Leave a Comment

error: Content is protected !!