ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଶ୍ରୀମତୀ ଅଶାନ୍ତି ସାହୁ, ରେଣୁବାଳା ବେହେରା ଓ ଲକ୍ଷ୍ମଣ‌ ପାଣିଗ୍ରାହୀଙ୍କ ନେତୃତ୍ୱରେ ମଠତେନ୍ତୁଳିଆ ଖେଳ ପଡିଆ ରେ ଡିସେମ୍ବର ମାସ ସତେଇଶି ତାରିଖ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସେମାନଙ୍କ ଗୁରୁ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଗୁରୁ ଙ୍କ ସହଧର୍ମିଣୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ , ଗୁରୁ ଓ ଗୁରୁ ମାଆଙ୍କ ଆଶିଷ ଲାଭ କରିଥିଲେ। ଗୁରୁ ଶ୍ରୀ ସାହୁ ଛାତ୍ର ଛାତ୍ରୀମାନ‌ଙ୍କ ଅତୀତ ର ସ୍ମୃତି ମନେପକାଇ ସେମାନଙ୍କ ଭବିଷ୍ୟତ ଜୀବନ ସୁଖମୟ ଓ ସମୃଦ୍ଧି ମୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭୁପ୍ରସାଦ ନାଥ,ଶରତ ଚନ୍ଦ୍ର ସାମଲ, ଲକ୍ଷ୍ମୀଧର ବେହେରା,ଅଶୋକ ଦାସ, ଗୀତା ସେଠୀ, ନନ୍ଦିନୀ ନାଥ, ରଞ୍ଜିତା ପ୍ରଧାନ, କୃପାସିନ୍ଧୁ ଦେହୁରୀ, ଗୀତା ନାଥ, ସୁଷମା ସାହୁ, ଲୀଳା କାନୁନଗୋ ସହଯୋଗ କରିଥିଲେ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଥଇଥାନ ହେଲେ ଦୁଇ ଅନାଥ ଶିଶୁ  

masiha

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!