ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡରେ ବାତଜ୍ଵର ନିରାକରଣ ନେଇ ସଚେତନତା ରଥ ଉଦଘାଟିତ

ମୟୂରଭଞ୍ଜ- ( ମସିହା) ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦୈଶାଳୟ ପକ୍ଷରୁ ରାଜ୍ୟରରେ ଫାଇଲେରିଆ ନିରାକରଣ ଅଭିଯାନ ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଦୁଆର ଦୁଆର ସଚେତନତା ଅଭିଯାନ ଏବଂ ସାମୂହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।ଓଡ଼ିଶାର ଫାଇଲେରିଆ ପ୍ରବଣ ମୟୂରଭଞ୍ଜ ଜିଲ୍ଲା ସମେତ ୧୧ ଟି ଜିଲ୍ଲାରେ ଫାଇଲେରିଆକୁ ୨୦୨୭ ସୁଦ୍ଧା ମୂଳପୋଛ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଫାଇଲେରିଆ ରୋଗର ମୁଖ୍ୟ ଲକ୍ଷଣ ଗୋଦରଗୋଡ,ହାଇଡ୍ରୋସିଲ ଓ ମହିଳାଙ୍କ ସ୍ତନ୍ୟ ଆକାର ଅହେତୁକ ଅସମାନତା । ତେଣୁ ବେଳ ଥାଉଁ ଥାଉଁ ସାବଧାନ ହେବା ଆବଶ୍ୟକ ତା ରହିଛି ।ଏହି ନିରାକରଣ ପାଇଁ ଔଷଧ ଖାଇ ଫାଇଲେରିଆ କିଟାଣୁ ନଷ୍ଟ କରିବା,ଗୋଦରଗୋଡର ଯତ୍ଓ ଅଣ୍ଡକୋଷର ଅସ୍ତ୍ରୋପଚାର । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ, ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡଃ ରବୀନ୍ଦ୍ର ନାଥ ମାରାଣ୍ଡି, ହସ୍ପିଟାଲ ମୁଖ୍ୟ ପରିଚାଳିକା ଲିପ୍ସା ରାଜନନ୍ଦିନୀ ମହାପାତ୍ର, ଆକାଉଣ୍ଟାଣ୍ଟ ଵୀରଜା ନନ୍ଦ ଦାସ,ଭିବିଟିଏସ ଦୀପକ ମହାନ୍ତ,ଏସଏସଏମଟିସି ହିମାଂଶୁ ଶେଖର ମହାନ୍ତ ସମେତ ହସ୍ପିଟାଲର ବହୁ କର୍ମଚାରୀ,ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇ ଫାଇଲେରିଆ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଅତିଥି ମାନେ କହିଥିଲେ ଫାଇଲେରିଆକୁ ମୂଳପୋଛ ପାଇଁ ସମସ୍ତେ ସଚେତନ ହୋଇ ସାମୂହିକ ଔଷଧ ସେବନ କରିବା ଉଚିତ । ରାଜ୍ୟ ସରକାର ସଂପୂର୍ଣ୍ଣ ମାଗଣାରେ ଔଷଧ ଦେଉଛନ୍ତି ।ଏହି ଔଷଧକୁ ପରିବାରର ସମସ୍ତ ସଦସ୍ୟ ବୟସ, ଉଚ୍ଚତା ଆଧାରରେ ସେବନ କରିବା ଦରକାର ।୨ ବର୍ଷରୁ ୫ ଵର୍ଷ ଶିଶୁ କେବଳ ଡିସିପି ଓ ଆଇବେଣ୍ଡାଜଲ ବଟିକା ଖାଇବା,୬ ବର୍ଷରୁ ଉର୍ଦ୍ଧ୍ଵ ଡିସିପି,ଆଇବେଣ଼ଡାଜାଲ ଏବଂ ଆଇଭରମେକଟିସିନ ବଟିକାଗୁଡିକୁ ଏକ ସଙ୍ଗରେ ସେବନ କରିବା ଦରକାର ।୨ ବର୍ଷରୁ କମ ଶିଶୁ,ଗର୍ଭବତୀ ମହିଳା, ଓ ଏକ ମାସ ମଧ୍ୟରେ ଶିଶୁ ପ୍ରସବ କରିଥିବା ମହିଳାଙ୍କୁ ଔଷଧ ସେବନ କରିବାକୁ ବାରଣ କରାଯାଇଛି ।ଏହି ଔଷଧର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ବୋଲି କହିଥିଲେ । ରାଇରଙ୍ଗପୁର ପୌରାଞ୍ଚଳରେ ୨୨ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଫାଇଲେରିଆ ଔଷଧ ବଣ୍ଟନ ଓ ଖାଇବା ପାଇଁ ଅନୁରୋଧ କରାଯିବ ।ବିଧାୟକ ଶ୍ରୀ ନବ ଚରଣ ମାଝୀ ନିଜେ ଫାଇଲେରିଆ ଔଷଧ ଖାଇଥିଲେ ଓ ସମସ୍ତଙ୍କୁ ଖାଇବା ପାଇଁ ଅନୁରୋଧ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵିଳ ଙ୍କ ରିପୋର୍ଟ 

Related posts

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

masiha

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

masiha

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

Leave a Comment

error: Content is protected !!