ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ ଶିବିର , ଆବାସ ଯୋଜନା ଗୃହ ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ସର୍ବାଧିକ

ତିର୍ତ୍ତୋଲ :- 06/02/23:-ତିର୍ତ୍ତୋଲ ବ୍ଲକ ଇତିହାସରେ ପ୍ରଥମ ଥର ପାଇଁ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ସାହସ୍ରାଧିକ ଲୋକଙ୍କ ରୁଣ୍ଡ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ! ଯାହାଫଳରେ ତିର୍ତ୍ତୋଲ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି !ଯେତେ ଲୋକ ଉପସ୍ଥିତ ଥିଲେ ତାହା ମଧ୍ୟରୁ ନବେ ଭାଗ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାରୁ ଅଭିଯୋଗ ପତ୍ର ଦାଖଲ କରିବାକୁ ଆସିଥିଲେ ! ଖବର ମୁତାବକ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ରହିଥିଲା ! ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ, ତିର୍ତ୍ତୋଲ ବିଡିଓ ଅଟଳବିହାରୀ ସ୍ୱାଇଁ ସମେତ ବ୍ଲକ, ତହସିଲ,ମେଡିକାଲ ଓ ସମସ୍ତ ବିଭାଗର ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ ! ନିକଟରେ ତଦନ୍ତ କରାଯାଇଥିବା ଆବାସ ଯୋଜନା ଗୃହ ପାଇଁ 90 ପ୍ରତିଶତ ଲୋକେ ଅଭିଯୋଗ ପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା ! ଆହୁରି ଅନେକ ଲୋକ ସମୟ ଅଭାବରୁ ଶୂନ୍ୟ ହୃଦୟରେ ଫେରିଯାଇଥିଲେ ! ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ସମସ୍ତ ପଞ୍ଚାୟତରେ ଆବାସ ଗୃହ ତଦନ୍ତରେ ଅନିୟମିତତା ଓ ହାତଗୁଞ୍ଜା କାରବାର ଯୋଗୁ ବାସ୍ତବ ହିତାଧିକାରୀ ଯୋଜନାରୁ ଊଣା ପଡିଯିବା ସକାଶୁ ଅନେକ ଲୋକ ଅଭିଯୋଗ କରିଥିଲେ, ଜିଲ୍ଲାପାଳ ଙ୍କ ନିକଟରେ ! କିଏ ବାର୍ଦ୍ଧକ୍ୟ ଭତ୍ତା ପାଇଁ ତ କାହାର ରାସନ ମିଳିପାରୁନି, କାହାର ଲାଟିନ ସମସ୍ୟା ତ କାହାର ଘର ଖଣ୍ଡେ ଦରକାର ! ଏତେସବୁ ସମସ୍ୟାର ସମାଧାନ ହୋଇପାରୁନି ଯେ ଜଣାଶୁଣାଣୀର ଆବଶ୍ୟକ ପଡୁଛି ! ପ୍ରଶାସନ ଏହାର ମୂଳ ସମସ୍ୟାକୁ ନବୁଝି କୁମ୍ଭୀର କାନ୍ଦଣା କାନ୍ଦିବା ଦେଖେଇ ହଉଛି ! ଲୋକେ ଜାଣୁଛନ୍ତି ପ୍ରଶାସନ ଆମ ହିତରେ ଅଛି ! ବାସ୍ତବ ବିଷୟ ଏହିଁଯେ ପ୍ରଶାସନ ଭିତରକୁ ରାଜନୀତି ଧସେଇ ପଶିଯାଇଛି ! ଯାହା ଫଳରେ ବିକାଶ ହେବା ଧିମେଇ ଯାଇଛି ! ରାଜନୈତିକ ଦଲାଲ ହାତଗୁଞ୍ଜା ପାଇଁ ଅଦୃଶ୍ୟ ଖେଳ ଖେଳି ଚାଲିଛନ୍ତି ! ଏହାକୁ ପ୍ରଶାସନ ଅତି ଭଲଭାବେ ଜାଣିଛି ! ମାତ୍ର ନିଜର ଚାକିରୀ ବଞ୍ଚେଇବା ପାଇଁ ରାଜନୈତିକ ଦଲାଲ ଙ୍କ ହାତର କଣ୍ଢେଇ ପାଲଟି ଯାଇଛନ୍ତି ! କୋଉ ସମସ୍ୟା ସୁଧାରିବେ ଜିଲ୍ଲାପାଳ ? ଯୁଆଡେ ଦେଖିବ ଦେଖ, ସବୁଠି ଦଲାଲ ଏକ ! ଏକଥା ଆମେ କହୁନୁ ଆଜ୍ଞା ଯୋଜନାରୁ ବଞ୍ଚିତ ଲୋକମାନେ କହୁଛନ୍ତି ! ସବୁରି ଭିତରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହୁଇଲ ସାଇକେଲ ମିଳିଥିବାର ଦେଖା ଯାଇଥିଲା ! ଦେଖିବାକୁ ବାକି ରହିଲା ଯେ ଆଜିର ଏହି ଜନଶୁଣାଣୀ ଶିବିର ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ତାଲିକାଭୁକ୍ତ କରାଉଛି ନା ଆଉ ଗୋଟିଏ ଭିଡ ପାଇଁ ବ୍ଲକ କୁ ପ୍ରସ୍ତୁତ ହେବାକୁ ପଡୁଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ….

masiha

ଶିଶୁ ମୃତ୍ୟୁ ଘଟଣା କୁ ନେଇ କେଣ୍ଡେଲ ସଭାଯାତ୍ରା

masiha

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

Leave a Comment

error: Content is protected !!