କାମାକ୍ଷାନଗର( ମ ନି ସ)୦୭/୦୨_ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ରନଂ ୨ ୱାର୍ଡ ର ଦୀର୍ଘ ୪୦ବର୍ଷର ଅଭିଜ୍ଞତା ଥିବା ଟି ଭି, ଓ ରେଡ଼ିଓ ମେକାନିକ ବସନ୍ତ କୁମାର ନାୟକଙ୍କ ପୁତ୍ର ସୋମ୍ୟରଞ୍ଜନ ନାୟକ ବାପାଙ୍କର କୌଳିକ ବୃତ୍ତିକୁ ଆଦରି ଏବେ ଟିଭି, ଓ ଏଲସିଡ଼ି ମେକାନିକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବେଳେ ସୁଦୂର ପଶ୍ଚିମବଂଗ ରୁ ତାଲିମ ପାଇ ଦକ୍ଷତା ହାସଲ କରି ମେଡାଲ ସହିତ ସାର୍ଟିଫିକେଟ ହାସଲ କରିଥିବା ଜଣାପଡ଼ିଛି।ଏହି ତାଲିମ ହାସଲ କରି କାମାକ୍ଷାନଗର ର ଜିରିଡ଼ାମାଳି ଛକ ନିକଟରେ ଏକ ଲଷ୍ମୀ ଇଲୋକଂଟ୍ରୋନିକ୍ସି ନାମରେ ଏକ ଦୋକାନ ଖୋଲି ଅଂଚଳ ବାସିଙ୍କୁ ସେବା ଯୋଗାଇ ଆସୁଛନ୍ତି l ଏଥି ନେଇ ଅଞ୍ଚଳବାସୀ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶଂସିତ ହୋଇଥିବା ଜଣାପଡିଛି।ଓ ତାଙ୍କ ର ଏପରି କାଯ୍ୟ ଦକ୍ଷତା କୁ ଓଡିଶା ନୁହେଁ ପଶ୍ଚିମ ବଙ୍ଗ ରେ ତାଙ୍କ ର ଦକ୍ଷତା ଦେଖେଇ ସାରିଛନ୍ତି ଦୁର୍ଭାଗ୍ୟ କଥା ଏପରି ଦକ୍ଷତା ପୂର୍ଣ୍ଣ ଯୁବକ ଙ୍କୁ କାମାକ୍ଷା ନଗର ଅଂଚଳ ରେ କିମ୍ବା ଜିଲ୍ଲା ରେ ତାଙ୍କ ର ପ୍ରତିଭା କୁ ଚିହ୍ନି ପାରୁନାହାନ୍ତି ଯେପରି କି କଥା ରେ ଅଛି ବଣ ମଲି ବଣ ରେ ଫୁଟି ବଣ ରେ ମଉଳି ଯାଉଛି ସେହିଁପରି ଅପ୍ରତିଭା ମଉଳିବା ପୂର୍ଵରୁ ଲୋକ ଲୋଚନ କୁ ଆଣିବା ଆମ ର ପ୍ରୟାସ କାମାକ୍ଷାନଗର ଅଂଚଳ ରେ ଏପରି ପ୍ରତିଭା କୁ ପ୍ରଶାନ ତରଫରୁ କିଛି ସହାୟତା ଓ ସାହାଯ୍ୟ କଲେ ଏ ଯୁବ ପ୍ରତିଭା ଆହୁରି ଆଗକୁ ଯିବେ ଓ ପଙ୍କ ରୁ ଯେପରି ପଦ୍ମ ଶାମୁକା ରୁ ଯେପରି ମୁକ୍ତା ବାହାରେ ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଗୌରବ l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ