ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

କୋକସରା,୨୪/୧ // ଜାନୁୟାରୀ ୨୩ ତାରିଖ ହେଉଛି ଜାତୀୟ ଶିଶୁ କନ୍ୟା ଦିବସ । ଶିଶୁ କନ୍ୟାଙ୍କ ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଦ୍ଵାରା ଏହି ଦିବସ ପାଳନ କରାଯାଇଛି। ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ଏହି ଅବସର ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରୀଙ୍କ ମଧ୍ୟରେ ରଚନା, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ଆସନ୍ତା କାଲି ଜିଲ୍ଲା ସ୍ତରୀୟ ହେବାକୁ ଥିବା ପ୍ରତିଯୋଗିତାରେରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଡ଼ହଗାଁ ସିଆରସିସି ଜତୀନ୍ଦ୍ର ମୋହନ ସାହୁ, ଟେମରା ସିଆରସିସି ସଞ୍ଚୟ ପୁଝାରି, ଡାଲଗୁମା ସିଆରସିସି ଈଶ୍ୱର ନାଏକ, ଶିକ୍ଷକ ମନୋଜ ମାଝି, କ୍ଷୀରସିନ୍ଧୁ ସୋରି, ତପନ ମାଝୀ, ରଶ୍ମି ରଞ୍ଜନ ନାଏକ ଓ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ। ସାନ ପୋଡ଼ାଗୁଡା ସିଆରସିସି ଅଜୟ କୁମାର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମସିହା ନିୟୁଜ ସର୍ଭିସ 

Related posts

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

Sunil Chandra Nayak

ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!