ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର(ମ ନି ସ)16/5/23 // କାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ସେହି ଗ୍ରାମ ର ଶିରିଣି ପ୍ରଧାନ l ସୂଚନା ଅନୁସାରେ ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ପାଣି ଭିତରେ ଖସି ଯାଇଥିଲା l ଫଳରେ ସେ ପାଣିରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରିବା ସହ ମୃତଦେହ କୁ ବ୍ୟବଛେଦ କରି ଅଧିକ ତଦନ୍ତ ଜାରି ରଖିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ

masiha

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଦାଣ୍ଡବୋଷ ରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

Leave a Comment

error: Content is protected !!