ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା

ମୟୂରଭଞ୍ଜ -୧୬/୫ (ମସିହା) ଆଜି ଜ୍ୟେଷ୍ଠ ମାସ ଦ୍ଵିତୀୟ ଦିବସ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମର ରାଜାରୁଜୁଡା ଅମଳରୁ ବହୁ ପୁରାତନ ଐଶ୍ବାନେଶ୍ବର ମନ୍ଦିର ସ୍ଥାପିତ ହୋଇଛି ।ଏ ଅଂଚଳର ଏହା ପ୍ରଖ୍ୟାତ ଶୈବ ପୀଠ । ପ୍ରତିବର୍ଷ ଏପ୍ରିଲ ୧୪ ରେ ପ୍ରସିଦ୍ଧ ଉଡା ପର୍ବ ଏଠାରେ ସମାପନ ହୁଏ । ନିକଟରେ ୫ ଟି ସଚିବ ଭିକେ ପାଣ୍ଡିଆନଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଐଶ୍ବାନେଶ୍ବର ମନ୍ଦିର କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନ୍ଦିରର ନବ କଳେବର ପାଇଁ କିଛି ଅର୍ଥ ମଂଜୁର ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । କମିଟି ତରଫରୁ ମନ୍ଦିର ପୁନଃ ନିର୍ମାଣ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କାର ଅଟକଳ କରାଯାଇଛି ।ଗ୍ରାମବାସୀ ସହରବାସୀ,ବଦାନ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁମାନଙ୍କ ଅର୍ଥ ଦ୍ବାରା ମନ୍ଦିର ଆସନ୍ତା ବର୍ଷ ସଂପୂର୍ଣ୍ଣ ହେବ ବୋଲି ଆଶା ବାନ୍ଧିଛନ୍ତି । ମନ୍ଦିର ପୁନଃ ନିର୍ମାଣ ନେଇ ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ କମିଟି ସହିତ ଆଲୋଚନା କରି ସେହି ମାନଙ୍କ ପରାମର୍ଶରେ ଆଜି ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା ।ଭାରତର ବିଭିନ୍ନ ନଦୀରୁ ଜଳ ଅଣା ଯାଇଥିଲା ।ପୂଜକ ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀଙ୍କ ସମେତ ଅନ୍ୟ ପୂଜକ ମାନେ ସାମିଲ ହୋଇ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରିଥିଲେ । ହର ହର ମହାଦେବ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । କର୍ତ୍ତା ଭାବେ ନଳିନୀ ସାହୁ ଏବଂ ତାଙ୍କ ସହଧର୍ମିଣୀ ପୂଜାରେ ବସିଥିଲେ ।

ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅଂଶ ଗ୍ରହଣ କରିଥିଲେ । କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ କମିଟିର ସଭାପତି ଅଜୟ ମହାନ୍ତି,କାଳି ଚରଣ ସାହୁ, ଜ୍ୟୋତିପ୍ରକାଶ ମହାନ୍ତି, ମିହିର ରଂଜନ ବେହେରା,କେଶବ ଵେହେରା,ମଙ୍ଗଳୁ ସାହୁ,ସଂଜୟ ମହାନ୍ତି, ଅଭିଜିତ ମହାନ୍ତି,ରାଜେଶ,ବୁଲୁ ବେହେରା,ଟିକୁଲୁ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ନୁଆଁ ପଡା ଅଙ୍ଗନବାଡି କେନ୍ଦ୍ର ରେ ନେତାଜୀ ଜୟନ୍ତୀ ପାଳିତ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ 

masiha

Leave a Comment

error: Content is protected !!