ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା 

ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା 

ଡାବୁଗାଁ, ୨୭/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୧୧୯ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୧୦୬ ଛାତ୍ରୀ ପାସ କରିଛନ୍ତି | ଏଥିରେ ୧୧ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୪୪ ଜଣ ଓ ୩ୟ ଶ୍ରେଣୀରେ ୫୧ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୮୯ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ପୂଜାରୀ ୪୩୪ ନମ୍ବର ବା ୭୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | ସେହିପରି ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା ବିଭାଗରେ ୨୯୨ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୨୫୨ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୭ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୨୩ ଜଣ ଓ ୩ୟ ଶ୍ରେଣୀରେ ୨୨୨ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୮୮॰୪୨ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ର ବିଷ୍ଣୁ ଗଣ୍ଡ ୪୨୪ ନମ୍ବର ରାଖୀ ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | +୨ ବାଣିଜ୍ୟ ବିଭାଗରେ ୪୬ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୪୪ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୨ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୯ ଜଣ ଓ ୩ୟ ଶ୍ରେଣୀରେ ୩୩ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୭॰୭୭ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଭବାନୀ ପୂଜାରୀ ୪୩୧ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | +୨ ବିଜ୍ଞାନ ବିଭାଗରେ ୩୮ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୩୫ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୨ୟ ଶ୍ରେଣୀରେ ୪ ଜଣ ଓ ୩ୟ ଶ୍ରେଣୀରେ ୩୧ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୭॰୨୨ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଜ୍ୟୋତିରାଣୀ ଖୁରା ୩୩୨ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

masiha

ଵିଜାତଳା ବ୍ଲକର ନୂଆଗାଁ ଉପ୍ରା ସ୍କୁଲର ସ୍ନାତକ ଶିକ୍ଷକ ଭାରତେନ୍ଦୁ ମହାନ୍ତ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!