ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ପରିଷଦ ପକ୍ଷରୁ ୪୨ମୌଜା ମାଟ୍ରିକ ଟପ୍ପର ସମ୍ମାନିତ 

ବିକାଶ ପରିଷଦ ପକ୍ଷରୁ ୪୨ମୌଜା ମାଟ୍ରିକ ଟପ୍ପର ସମ୍ମାନିତ 

କଟକ : ୪୨ମୌଜାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୪୨ମୌଜା ବିକାଶ ପରିଷଦର ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କରଙ୍କ ପ୍ରସ୍ତାବ କ୍ରମେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ସହ ସମ୍ମାନିତ କରାଯାଇଛି। ରାଉତରାପୁର ଗ୍ରାମର ତନଜିଲା ମିର୍ଜା ଓ ବହଳପଡା ଗ୍ରାମର ଶ୍ରୀଜିତ ଜେନା ଉଭୟେ ୫୪୦ ନମ୍ୱର୍ ରଖି ଯୁଗ୍ମ ପ୍ରଥମ ହୋଇଥିବା ବେଳେ ପଟଣା ଗ୍ରାମର ପ୍ରୀତିଲିପ୍ସା ଦାସ ୫୨୯ ନମ୍ୱର୍ ରଖି ଦ୍ଵିତୀୟ ଏବଂ ଦଧିବାମନପୁର ମହାପାତ୍ର ସାହିର ଶୁଭଶ୍ରୀ ମହାପାତ୍ର ୫୨୬ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଓ ଦୀପ୍ତି ରଞ୍ଜନ ଶତପଥୀ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ମିଷ୍ଠାନ ଖୁଆଇ ଶୁଭେଚ୍ଛା ସହ ଶୁଭ କାମନା ଜଣାଇଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ଶିକ୍ଷକ ଦାବୀରେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରିଲେ ଛାତ୍ରଛାତ୍ରୀ,ବିଦ୍ୟାଳୟରେ ପହଞ୍ଚିଲେ ଉପଜିଲ୍ଲାପାଳ

Sunil Chandra Nayak

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!