ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ନବବର୍ଷ ପାଳନ ପାଇଁ ପ୍ରସୂତି ବୈଠକ

ପାପଡାହାଣ୍ଡି,02/04, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ନବବର୍ଷ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ହିନ୍ଦୁ ଏକତା ବାହିନୀ ତରଫରୁ ଆୟୋଜିତ ବୈଠକ ରେ ହିନ୍ଦୁ ମହାସଂଘ, ବିଶ୍ୱହିନ୍ଧୁ ପରିଷଦ,ହିନ୍ଦୁ ଜାଗରଣ ମଞ୍ଚ, ବଜରଙ୍ଗ ଦଳ ବିଭିନ୍ନ ହିନ୍ଦୁ ସଙ୍ଘଠନ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ | କରୋନା ମହାମାରୀ ଯୋଗୁଁ ଓଡ଼ିଆ ନବବର୍ଷ ଫିକା ପଡିଥିବା ବେଳେ ଚଳିତ ବର୍ଷ ମହା ଆଢମ୍ବରରେ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା | ଆସନ୍ତା ଏପ୍ରିଲ 14 ତାରିଖ ରେ ହେବାକୁ ଥିବା ଓଡ଼ିଆ ନବ ବର୍ଷରେ ବହୁ ସଂଖ୍ୟାରେ ହିନ୍ଦୁ ସଙ୍ଘଠନ କର୍ମକର୍ତ୍ତା ତଥା ହିନ୍ଦୁ ମାନଙ୍କୁ ଯୋଡିବା ସହିତ ଏହି କାର୍ଯ୍ୟକ୍ରମ ର ସୁଦୂର ପ୍ରଚାର କରିବା ନିମନ୍ତେ ଯୁବ ଗୋଷ୍ଟି କୁ ଦାୟିତ୍ୱ ଦିଆଯାଇଥିଲା | ଓଡ଼ିଆ ନବବର୍ଷ ରେ ପାପଡାହାଣ୍ଡି ସମସ୍ତ ମୁଖ୍ୟରାସ୍ତା ସମସ୍ତ ଗଳି ରେ ଗୌରୀକ ଧ୍ଵଜା ଲଗାଇବା ସହିତ ମୁଖ୍ୟ ରାସ୍ତା ରେ ଉଭୟ ପାର୍ଶ୍ୱ ରେ ସଜେଇବା ପାଇଁ ନିଷ୍ପତି ନିଆଯାଇଛି | ଡାକବାଜି ଯନ୍ତ୍ର ଦ୍ୱାରା ନଗର ପରିକ୍ରମା କରି ବାଇକ ରାଲି କରିବା ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରି ଓଡ଼ିଆ ନବବର୍ଷ କୁ ଧୂମଧାମ ରେ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି | ଜାତୀୟ ରାଜପଥ ରହିଥିବା ମନ୍ଦିର ଛକ, ଶ୍ରୀରାମ ଛକ, ବସଷ୍ଟାଣ୍ଡ ଠାରେ ଶ୍ରଦ୍ଧାଳୁ ନିମନ୍ତେ ପଣା ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି କରାଜାଇଛି | ଏହି ବୈଠକ ରେ ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ, ପି. ଭେଙ୍କେଟ ରାଓ, ହରିମୋହନ ଶର୍ମା, ତ୍ରିନାଥ ପ୍ରଧାନ,ଏନ. ଜନାର୍ଦନ ରାଓ, ସୁମିତ କୁମାର ଘଣ୍ଟ, ଜି. ଅନନ୍ତ ମୂର୍ତ୍ତି, ବିନୋଦ ଅଗ୍ରୱାଲ, ରାଜକିଶୋର ରାଓ, ନୀଳକଣ୍ଠ ତ୍ରିପାଠୀ, ମନୋଜ ଅଗ୍ରୱାଲ, ତ୍ରିନାଥ ଅମନାତ୍ୟ, ବି. ସୀମାଦ୍ରୀ ରାଓ, ବି. ରାମବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ ପରିସରରେ “ହୋନର ରୋଲ-୨୦୨୪” ପାଳିତ

masiha

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

Leave a Comment

error: Content is protected !!