ଧର୍ମଗଡ଼ରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ
ଧର୍ମଗଡ଼ :କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ଼ଠାରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧିର ରଞ୍ଜନ ପଟ୍ଟଯୋଶୀ, ପୂର୍ବ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଅବସର ପ୍ରାପ୍ତ ଡାକ୍ତର ବାବାଜି ଚରଣ ଦାସ, ବୁଦ୍ଧିଜୀବି ସଂଯୋଜକ ଆଇନଜିବୀ ସନ୍ତୋଷ କୁମାର ମେହେର ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ।
ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଗତ ବର୍ଷଗୁଡ଼ିକର ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇ ସରକାରଙ୍କ କାର୍ଯ୍ୟଧାରା ଓ ବିକାଶ ନେଇ ନିଜ ମତାମତ ରଖିଥିଲେ। ଏହା ସହିତ ଆଗାମୀ ଦିନରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଓ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଗତ ଦୁଇ ବର୍ଷ ମଧ୍ୟରେ ଧର୍ମଗଡ଼ ନିର୍ଵାଚନ ମଣ୍ଡଳୀ ରେ ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଉପରେ ବିଧାୟକ ଆଲୋକପାତ କରିଥିଲେ।ଉପର ଇନ୍ଦ୍ରାବତୀ ଜଳ ସେଚନ ଯୋଜନା ଅନ୍ତର୍ଗତ ବାମ ମୁଖ୍ୟ କେନାଲର ଜଳ ଧାରଣ କ୍ଷମତା ବଢାଇବା ଓ ତଳ ମୁଣ୍ଡ ରେ ଥିବା ଚାଷୀଙ୍କୁ ଜଳ ଯୋଗାଇବା ପାଇଁ ବାମ କେନାଲ ର ୦ ରୁ ୫୧ କିମି ଯାଏ କଂକ୍ରିଟ କେନାଲ ଲାଇନିଂ ପାଇଁ ୫୬୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି, ଟିପିଗୁଡା ସମେତ ୫ ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଦୂଷିତ ଜଳ ପାନ କରି କିଡ଼ନୀ ରୋଗ ହେଉଥିବା ଅଭିଯୋଗ ପରେ ପରେ ୬୦ କୋଟି ଟଙ୍କା ବ୍ୟୟ ରେ ସୁରକ୍ଷିତ ପାନୀୟ ଜଳ ପ୍ରକଳ୍ପ ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି, କଲମପୁର,କୋକସରା ଓ ଧର୍ମଗଡ଼ ଠାରେ ବହୁମୂଖୀ କ୍ରିଡା ପ୍ରକଳ୍ପ ଓ ଷ୍ଟାଡିୟମ୍ ପାଇଁ ଟେଣ୍ଡର ଓ ସର୍ଭେ ପ୍ରକ୍ରିୟା ଶେଷ ହୋଇଛି ଏଥି ପାଇଁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି,ଜୁନାଗଡ ରୋଡ଼ – ନବରଙ୍ଗପୁର ରେଳ ଲାଇନ କୁ ଧର୍ମଗଡ଼ ସହର ଦେଇ ନେବାରେ ଆମର ସଫଳ ଉଦ୍ୟମ ଡବଲ ଇଞ୍ଜିନ ସରକାର ରେ ସମ୍ଭବ ହୋଇଛି ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି,କଲମପୁର ଠାରେ ୧୭.୫ କୋଟି ଟଙ୍କା ବ୍ୟୟ ରେ ଡାକ୍ତରଖାନାର ନୁତନ ବିଲଡିଙ୍ଗ ନିର୍ମାଣ କରାଯାଉଛି,କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଛେଦ କେନ୍ଦ୍ର ଭାବରେ ଅନୁମତି ପ୍ରଦାନ କରାଯାଇଛି,କଲମପୁର ଠାରେ ଅତ୍ୟାଧୁନିକ ସୁବିଧା ଥାଇ ନୃତନ ପୋଲିସ ଷ୍ଟେସନ ଗୃହ ନିର୍ମାଣ ହୋଇ ଉଦ୍ଘାଟିତ ହୋଇଛି,ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ର ଭିତିଭୂମି ବିକାଶ ପାଇଁ ୧ କୋଟି ୨୬ ଲକ୍ଷ ଟଙ୍କା , ଧର୍ମଗଡ଼ +୩ ଡିଗ୍ରୀ ମହାବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ପାଇଁ ୯୦ ଲକ୍ଷ ଟଙ୍କା ଓ କୋକସାରା +୩ ଡିଗ୍ରୀ ମହାବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ପାଇଁ ୭୨ ଲକ୍ଷ ଟଙ୍କା ବିଧାୟକଙ୍କ ନିଜସ୍ବ ଉଦ୍ୟମରେ ଉଚ୍ଚ ଶିକ୍ଷାବିଭାଗ ତରଫରୁ ଯୋଗାଇ ଦିଆଯାଇଛି,ଧର୍ମଗଡ଼ ର କେନ୍ଦ୍ର ସ୍ଥଳରେ ଆଧ୍ୟାତ୍ମିକ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର(Ojjas)ନାମରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ବହୁମୁଖୀ ବ୍ୟାୟାମ ଶାଳା ନିର୍ମାଣ କାମ ଚାଲିଛି, ଧର୍ମଗଡ଼ ଅଞ୍ଚଳର ବହୁ ଦିନର ଦାବୀ ଧର୍ମଗଡ଼ ଏଲେକ୍ଟ୍ରିକାଳ ଡିଭିଜନ କୁ ଭବାନିପାଟଣା ରୁ ଧର୍ମଗଡ଼ ସ୍ଥାନାନ୍ତର କରାଯାଇଛି,କୋକସରା ଠାରେ ନୃତନ ବସ ଷ୍ଟାଣ୍ଡ ପାଇଁ ଜମି ବିବାଦର ସମାଧାନ କରାଜାଈ ନିର୍ମାଣ କରାଯାଉଛି,ବିଜୁ ଏକ୍ସପ୍ରେସ ୱୈ ର ଆମପାଣି ଠାରେ କାର୍ପାସ ଶିଳ୍ପ ପାଇଁ ଜମି ଚିହ୍ନଟ କରାଯାଇ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରେ ଶିଳ୍ପପାଟି ମାନଙ୍କୁ ଆମନ୍ତ୍ରଣ କରାଯାଉଛି,ଗୁଡ଼ାହାଣ୍ଡି ଓ ଡୋକରି ଚଞ୍ଚରା ଜଳପ୍ରପାତ ଅଞ୍ଚଳକୁ ବିକାଶ କରାଯାଇ ଏକ ଉନ୍ନତ ମନର ଇକୋ ଟୁରିଜମ କେନ୍ଦ୍ର ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ବିଚାରଧିନ ଅଛି,ଧର୍ମଗଡ଼ ଠାରେ ଏକ ନୃତନ ଅତ୍ୟାଧୁନିକ ଶିଳ୍ପ ତାଲିମ କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏଵଂ ଧର୍ମଗଡ଼ ସହର ଦେଇ ରାଜ୍ୟ ତଥା ରାଜ୍ୟ ବାହାର ପ୍ରମୁଖ ସହର ଗୁଡିକୁ ଏସି ଭଲଭୋ ବସ ସେବା ଆରମ୍ଭ କରାଯାଇଛି ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

