ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

ଭବାନୀପାଟଣା – ତା. ୧୩.୦୬.୨୦୨୬ : ମହମ୍ମଦ ଗଜନୀ ଦ୍ଵାରା ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପୁନଃଉଥାନ ର ଏକ ହଜାର ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା ଆୟୋଜନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା – ୨୦୨୬ ରେ ଅଂଶଗ୍ରହଣ କରିବା ପାଇଁ ଗତ ତା. ୧୩.୦୬.୨୦୨୬ ରିଖ ଦିନ କଳାହାଣ୍ଡି ଜିଲ୍ଲାରୁ ୨୬ ଜଣ ତୀର୍ଥଯାତ୍ରୀଙ୍କୁ ସ୍ଵତନ୍ତ୍ର ବସ ଯୋଗେ ଯାତ୍ରା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତନ୍ମୟ କୁମାର ଦରୱାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷିରେ କନିଷ୍ଠ ସହାୟକ ଗୁଣସାଗର ସାହୁ ଙ୍କୁ ଏସ୍କର୍ଟ ଅଫିସର ଭାବରେ ନିୟୋଜିତ କରାଯାଇଅଛି । ଯାତ୍ରୀମାନେ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି. ବସ ଯୋଗେ ଭବାନୀପାଟଣା ବସଷ୍ଟାଣ୍ଡ ଠାରୁ ବାହାରି ଭୁବନେଶ୍ୱର ଠାରେ ପହଞ୍ଚିବେ । ସେଠାରେ ଗୋଟିଏ ଦିନ ବିଶ୍ରାମ କରି ତା. ୧୫.୦୬.୨୦୨୬ ରିଖ ଦିନ ସ୍ଵତନ୍ତ୍ର ଟ୍ରେନ ଯୋଗେ ସୋମନାଥ ଦର୍ଶନ ଯାତ୍ରା ପାଇଁ ବାହରିବେ । ସେଠାରେ ସୋମନାଥ ଦର୍ଶନ ପରେ ତୀର୍ଥଯାତ୍ରୀମାନେ ତା. ୨୧.୦୬.୨୦୨୬ ରିଖ ଦିନ ଭୂବନେଶ୍ୱର ଠାରେ ପହଞ୍ଚିବେ ଏବଂ ପୁନଶ୍ଚ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି. ବସ ଯୋଗେ ସ୍ଵ-ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

Sunil Chandra Nayak

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ମାତୃକୃପା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଵସନ୍ତ ମହୋତ୍ସବ ପାଳିତ 

masiha

Leave a Comment

error: Content is protected !!