ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ୟୁନିଟି ସେଣ୍ଟର, ସେକ୍ଟର-୪, ରାଉରକେଲା ରେ ମହାପ୍ରଭୂ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ  ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ 

କମ୍ୟୁନିଟି ସେଣ୍ଟର, ସେକ୍ଟର-୪, ରାଉରକେଲା ରେ ମହାପ୍ରଭୂ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ  ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ 

 ରାଉରକେଲା :ସେକ୍ଟର – ୪ କମ୍ୟୁନିଟି ସେଣ୍ଟର ପରିସରରେ ମହାପ୍ରଭୂ ବଳଭଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ଏବଂ ପବିତ୍ର ରାକ୍ଷୀ ବନ୍ଧନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ସେକ୍ଟର – ୪ କମ୍ୟୁନିଟି ସେଣ୍ଟର ଦ୍ଵାରା ଆୟୋଜିତ ଏ ମହୋତ୍ସବ ଅବସରରେ ଗୋ ପୂଜନ, ପୂଜ୍ୟ ପୂଜା ଅନ୍ତର୍ଗତ ବହୁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରିବାସହ ରାକ୍ଷୀ ବନ୍ଧନ କରାଯାଇଛି। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିବାସହ ମହାପ୍ରଭୁ ବଳଭଦ୍ରଙ୍କୁ ବନ୍ଦନା କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପରେ ଗୋ ପୂଜନ, ମାଲ୍ୟାର୍ପଣ ସହ ଗୋ ମାତାଙ୍କୁ ଫଳ ଖୁଆଇଥିଲେ। ଏହା ପରେ ନିଶୁଳ୍କ ଯୋଗ ଶିକ୍ଷାକେନ୍ଦ୍ରର ଶିକ୍ଷାର୍ଥୀନୀମାନ ମୁଖ୍ୟଅତିଥି ଏବଂ ଉପସ୍ଥିତ ସମସ୍ତ ବରିଷ୍ଠ ସଦସ୍ଯମାନଙ୍କୁ ରାକ୍ଷୀ ବନ୍ଧନ କରିବାସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲ। ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏ ଉତ୍ସବର ଉପାଦେୟତା ଓ ଆବଶ୍ୟକତା ଉପରେ ସଂକ୍ଷିପ୍ତ ଆଲୋକପାତ କରିଥିଲେ। ଉପସ୍ଥିତ ବରେଣ୍ଯ ବରିଷ୍ଠ ନାଗରିକ ମାନଙ୍କ ମଧ୍ଯରୁ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଡ ସୁମନ ଦତ୍ତ, ଯୋଗଗୁଋ ନରେନ୍ଦ୍ର ବେହେରା, ଭାରତୀୟ ଡାକ ବିଭାଗର ଅବସରପ୍ରାପ୍ତ ଲୋକସମ୍ପର୍କ ନିରିକ୍ଷକ ଅନିରୁଦ୍ଧ ବିଶ୍ବାଳ ସଂକ୍ଷିପ୍ତ ଅଭିଭାଷଣ ପ୍ରସଙ୍ଗରେ ଅବକ୍ଷୟମୁଖୀ ସନାତନୀ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର, ସାମାଜିକ ମୂଲ୍ୟବୋଧ ଏବଂ ଦାୟୀତ୍ବ ନିର୍ବାହ ଉଦ୍ଦେଶ୍ଯରେ କମ୍ଯୁନିଟି ସେଣ୍ଟର, ସେକ୍ଟର-୪ ର ଏ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ।

    ପରିଶେଷରେ, କମ୍ୟୁନିଟି ସେଣ୍ଟରର ସଭାପତି ରାମଚନ୍ଦ୍ର ଗୌଡ ନିଜର ବକ୍ତବ୍ଯ ରଖିବାସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଭବିଷ୍ୟତରେ ଏପରି ସହଯୋଗ କାମନା କରିଥିଲେ । ଆଜିର ଏ ଉତ୍ସବର ସଫଳ ରୂପାୟନ ପାଇଁ ସଭାପତି ରାମଚନ୍ଦ୍ର ଗୈ।ଡ଼,ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ଶତପଥୀ , ଅନିରୁଦ୍ଧ ବିଶ୍ବାଳ, ନୀଳମଣି ଜେନା, ଝାସ ମୋହନ ପୋଢ, ରଞ୍ଜିତ ପୁରୋହିତ, ଅମୀୟ ଜେନା, ଭ୍ରମରବର ପଟେଲ, ସୁକଦେବ ବନଛୋର, ବେନଡିକ୍ଟ ତିର୍କି, ଶଶଧର ପାତ୍ର,ଯୋଗ ଗୁଋମା’ ତପସ୍ଵିନୀ ସାହୁ, ଅମୀୟଲତା ସାହୁ, ସୁଶ୍ରୀ ସଂଗୀତା ମିଶ୍ର, ମମତା ରାଉତ, ହୃଷିକେଶ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ ସତ୍ୟ ପଟ୍ଟନାୟକଙ୍କ ମାତୃ ବିୟୋଗ।

masiha

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!