ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୧୫.୫.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଯନ୍ତ୍ରୀ ,ଏନ ଏଚ ବିଭାଗ ଶ୍ରୀ ଅମିତ ଡୁଡୁ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା ଉପରେ ନିଆଯାଇଥିବା ପଦକ୍ଷେପ ଓ ଗତ ୯.୧.୨୦୨୩ ରିଖରେ ଅନୁଷ୍ଠିତ ବୈଠକ ର ବିଭିନ୍ନ ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଜିଲ୍ଲାରେ ଏନ ଏଚ ୨୬ ରେ କନ୍ତେସିର ରୁ ତହଂସିର, ଉତ୍କେଲା ବଂଗ୍ଲୋ ଛକ, ଚାଞ୍ଚେ ର ରୁ କୋକୋମୁଣ୍ଡା , ହାତୀବ୍ରିଜ ରୁ ବଲ ଦିଆମାଲ ଏଭଳି ୪ ଟି ବ୍ଲାକ ସ୍ପଟ୍ ରହିଛି। ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ଗତି ସୀମା ବୋର୍ଡ,ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ,ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଉପଜିଲ୍ଲାପାଳ କହିଥିଲେ।ସେଭଳି ଆର୍ ଡି ଓ ପୀ ଡବ୍ଲୁ ଡି ରାସ୍ତା ଅନେକ ଜାଗା ରେ ମରାମତି ଆବଶ୍ୟକ ଅଛି ଏବଂ ଏଥିପାଇଁ ଦୁର୍ଘଟଣା ଘଟୁଛି ଏହି ରାସ୍ତା ର ଶୀଘ୍ର ଚିହ୍ନ୍ନଟ କରିବାକୁ ଉପ ଜିଲ୍ଲାପାଳ କହିଥିଲେ।ଗତ ଏପ୍ରିଲ ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲ୍ଟ, ମଦ୍ୟପାନ ସହ ଗାଡ଼ି ଚାଳନା, ମୋବାଇଲ ରେ କଥା ହୋଇ ଗାଡ଼ି ଚାଳନା,ଅଧିକ ଓଜନ, ସିଗ୍ନାଲ ଜମ୍ପିଂ ଭଳି ଅପରାଧ ପାଇଁ ୧୭୫ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ବିଶେଷତ ଆର୍ ଟି ଓ ବିଭାଗ ଦ୍ଵାରା ଗତି ସୀମା ଉଲଘଂନ ରେ ଏପ୍ରିଲ ମାସରେ ୮୯ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ବୈଠକରେ ଆର୍ ଟି ଓ, କଳାହାଣ୍ଡି, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/କେସିଙ୍ଗା/ଧର୍ମଗଡ,ଅବକାରୀ ଅଧିକ୍ଷକ, ଇ ଓ, ଏନ୍ ଏ ସି, କେସିଙ୍ଗା/ ଧର୍ମ ଗଡ/ ଭବାନୀପାଟଣା,କଳାହାଣ୍ଡି ଟ୍ରକ ମାଲିକ ସଂଘ ସଭାପତି, ଡି ଆଇ ପି ଆର୍ ଓ, ଇ ଈ, ଟି ପି ଡବ୍ଲୁ ଡି ଏଲ୍,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ/

Sunil Chandra Nayak

Leave a Comment

error: Content is protected !!