ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

ଡାବୁଗାଁ, ୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଏକ ନୂତନ ଖବରଦାତା ସଂଘର କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ବରିଷ୍ଠ ବିଜେଡି ନେତା ଏମ୍. ଆପ୍ପା ରାଓ ସହ ଅନେକେ ବିଜେଡି କର୍ମୀ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମ ସମୟରେ |ଡାବୁଗାଁ ଖବରଦାତା ସଂଘର ସଭାପତି ପ୍ରଜ୍ଞା ରଞ୍ଜନ ପରିଡା, ଉପ ସଭାପତି ଗଗନ ଗନ୍ତାୟତ, ସମ୍ପାଦକ ମିହିର ଶଙ୍କର ପାତ୍ର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବରିଷ୍ଠ ଖବରଦାତା ରବିନାରାୟଣ ମହାନ୍ତି, ପ୍ରସାଦ ସିଂ, ଡାକୃଷି କଲାର, ତରଣୀ ସେନ ଜେନା, ପଦମସାଏ ଭତରାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି, ଉପସଭାପତି ପୀତାମ୍ବର ଜେନା, ସମ୍ପାଦକ ମୁରଲୀଧର ଡାକୁଆ, କୋଷାଧ୍ୟକ୍ଷ ନବକିଶୋର ଜୟସିଂ, ଉପଦେଷ୍ଟା, ଅଜୟ ବଲ୍ଲଭ ପଣ୍ଡା, ଲକ୍ଷ୍ମୀକାନ୍ତ ରଥ, ଗଗନ ବିହାରୀ ମହାନ୍ତି ଙ୍କ ସମେତ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

Sunil Chandra Nayak

Local Employment Crisis: Bissamcuttack MLA Slams Vedanta

masiha

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ ” ପାଳନ

Sunil Chandra Nayak

Leave a Comment

error: Content is protected !!