ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି 

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି 

କନ୍ଧମାଳ, ତା, ୧୨/୦୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜ ଙ୍କ ଆତଙ୍କ । ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟ ରେ କାଉଁଗୁଡା ଗ୍ରାମକୁ ଆସିଥିଲେ ସମୟ ପ୍ରାୟ ସନ୍ଧ୍ୟା ୭ଘଣ୍ଟା ହୋଇଥିଲା । ମେରଦୀକୂପ ଠାରୁ କାଉଁଗୁଡା ନିଜ ଶଶୁର ଘରକୁ ଆସୁଥିବା ସମୟରେ ଝିରିପାଣି ପଞ୍ଚାୟତର କୀଡଙ୍ଗା ଗ୍ରାମ ଏକ ପୋଲ ପାଖରେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇଥିଲେ ତରୁଣ I ହଠାତ ହାତୀ ପଲ ଦେଖି ନିଜ ସୁରକ୍ଷା ନିମନ୍ତେ କୌଣସି ଉପାୟ ପାଇନଥିଲେ I ହାତୀ ଟି ତରୁଣ ଙ୍କ ପାଖକୁ ଆସି ତରୁଣ ଏବଂ ତାଙ୍କ ମଟର ସାଇକେଲ କୁ କଚାଡି ଦେଇ ପ୍ରବଳ ମାତ୍ରାରେ ଗଜରାଜ ଦେଇଥିଲେ ଗର୍ଜନ । ଗୁରୁତର ଆହତ ତରୁଣ ହାତୀର ଗର୍ଜନ ଶୁଣି ଜୀବନ ବିକଳରେ ଘୁଷୁଡ଼ି ଘୁଷୁଡ଼ି ଏକ ପୋଲ ତଳକୁ ଯାଇ କିଛି ସମୟ ଆତ୍ମ ଗୋପନ କରିଥିଲେ କିଛି ସମୟ ପରେ ତରୁଣ ନିଜ ସ୍ତ୍ରୀ ଙ୍କୁ ଫୋନ୍ ମାଧ୍ଯମରେ ଘଟଣା ସମ୍ପର୍କ ରେ କହିଥିଲେ । କାଉଁଗୁଡା ଗ୍ରାମବାସୀ ଏବଂ ତରୁଣ ଙ୍କ ସ୍ତ୍ରୀ ମିଶି ତରୁଣ ଙ୍କ ପାଖରେ ପହଞ୍ଚିଥିଲେ । ଗ୍ରାମବାସୀ ଙ୍କୁ ଦେଖି ହାତୀପଲ ଜଙ୍ଗଲ ଭିତ ଭିତରକୁ ଚାଲିଯାଇଥିଲେ । ଏହା ପରେ ପୋଲ ତଳୁ ଗୁରୁତର ଆହତ ତରୁଣ ଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ପରିବାର ଲୋକେ । ବର୍ତମାନ ତରୁଣ ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥ‌ିବା ବଳେ ତାଙ୍କର ବାମପଖ ଛାତି, ପିଠି, ଗୋଡ଼, ହାତ ର ଆଘାତ ହୋଇଥିବା ହେତୁ ନିଶ୍ବାସ ପ୍ରଶ୍ବାସ ଏବଂ କଥା କହିବାରେ କଷ୍ଟ ହେଉଥିବା ବିଷୟ ପରିବାର ଲୋକେ କହିଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ବିଗତ ଦିନରେ ଝିରିପାଣି ଅଞ୍ଚଳରେ ଦୁଇ ଦୁଇ ଟି ହାତୀର ମୃତ୍ୟୁ ହୋଇଥିଲେ ମଧ୍ୟ ବନବିଭାଗ ର ବର୍ତମାନ ସୁଦ୍ଧା ଖାମଖୁଆଲ ନୀତି ଚାଲିଛି ବୋଲି ଝିରିପାଣି ଗ୍ରାମବାସୀ କହିଛନ୍ତି । ଏବେ ସେହି ଜଙ୍ଗଲରେ କେତୋଟି ହାତୀ ଅଛି ହାତୀ ର ଗତିପଥ କେଉଁଆଡେ ଅଛି ତାହାର ଖବର ବନବିଭାଗ ପାଖରେ ନଥୁବା ଘୋର ପରିତାପର ବିଷୟ ପାଲଟିଛି । ଯଦି ଆଗାମୀ ଦିନରେ ହାତୀ ଗତିପଥ ଏବଂ ଯଦି ହାତୀ ଗାଁ ମୁହାଁ ହେଉଛି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ ନ ଯାଏ ତେବେ ଗ୍ରାମବାସୀ ଙ୍କର ଯାହା କିଛି ଅଘଟଣ ଘଟିବ, ସେଥିପାଇଁ ବନବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ହାତଧୁଆ ଦିବସ ପାଳିତ 

Sunil Chandra Nayak

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ   ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ

masiha

Leave a Comment

error: Content is protected !!