ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ 

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ 

ନବରଙ୍ଗପୁର:( ତା ୨୧.୪.୨୦୨୫)ଆଜି ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳ ୮.୦୦ ଘ ସମୟରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀ ଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ମୁଜ୍ଜିବୁଲା ଖାଁ ଏବଂ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ , ମୁନା ତ୍ରିପାଠୀ,ଜଗନ୍ନାଥ ମହାପାତ୍ର, ଡ ବିଜୟ ମିଶ୍ର ,ରାଧାନାଥ ବେହେରା,ବିଜୟ ଚୌଧୁରୀ , ସଂଗୀତା ତ୍ରିପାଠୀ,ପ୍ରଭାତୀ ତ୍ରିପାଠୀ, ଟିକିମା ତ୍ରିପାଠୀ ପ୍ରମୁଖ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ ଏବଂ ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ୍ ର ଛାତ୍ର, ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ମହାବିଦ୍ୟାଳୟ ଅଧ୍ୟାପକ,ସହରର ବୁଦ୍ଧିଜୀବୀ,କବି,ଲେଖକ,ଗଣମାଧ୍ୟମ ପ୍ରତିନିଧି,ବିଭାଗୀୟ ଅଧିକାରୀ ମଧ୍ଯ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୌର ପାଲିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ମଞ୍ଚାସିନ ବିଶିଷ୍ଟ ଅତିଥି ରାଜ୍ୟସଭା ସାଂସଦ ମୂଜ୍ଜିବୁଲା ଖାଁ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ , ଜ୍ଞାନୀ, ଭୁସଂସ୍କାର ଆଇନ ର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନ କୁ ପ୍ରତିଫଳିତ କରିବା ପାଇଁ ଆହ୍ବାନ କରିଥିଲେ।ମୁଖ୍ୟ ବକ୍ତା ଡ ବିଜୟ ମିଶ୍ର ଡ ସଦାଶିବ ତ୍ରୀପାଠୀ ଙ୍କ ଜୀବନ ଦର୍ଶନ,ସ୍ଵାଧୀନତା ସଂଗ୍ରାମ ,ମୁଖ୍ୟମନ୍ତ୍ରୀ ଥିବା ସମୟରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ଉପରେ ସମ୍ୟକ୍ ବିବରଣୀ ଦେଇଥିଲେ।ସମ୍ମାନୀତ ଅତିଥି କେଦାରନାଥ ତ୍ରିପାଠୀ, ମୁନା ତ୍ରିପାଠୀ,କୁନୁ ନାୟକ,ତପନ ଖୁଣ୍ଟିଆ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀ ଙ୍କ ଦେଶ ପ୍ରେମ, ସ୍ଵାଧୀନତା ସଂଗ୍ରାମ ଓ କାରାବରଣ, ଜମିଜମା ଓ ରାଜସ୍ଵ ଆଇନ ,କର୍ମମୟ ଜୀବନ, ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ,ଲୋକପ୍ରିୟତା ଉପରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ । କବି ଜେମାମଣି ବିଷୋୟୀ ଡ ସଦାଶିବ ତ୍ରୀପାଠୀ ଙ୍କ ଉପରେ କବିତା ପାଠ କରିଥିଲେ।ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତର ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଭାର ଆୟୋଜନ ,ସଞ୍ଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

masiha

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

masiha

ତହସିଲଦାର ଙ୍କୁ କର୍ଲାମୁଣ୍ଡା ରେ ବସଷ୍ଟାଣ୍ଡ ପାଇଁ ବିବେକସେନା ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!