ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ଠାରେ ରାସ ବିହାରୀ ବେହେରାଙ୍କ ଉପନ୍ୟାସ “ଅନ୍ୱେଷି” ଲୋକାର୍ପିତ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉପରେ ପୂର୍ବରୁ ଅନେକ ସାହିତ୍ୟ ସୃଷ୍ଟି ହୋଇଛି ତେବେ ଔପନ୍ୟାସିକ ରାସ ବିହାରୀ ବେହେରା ଙ୍କ ରଚିତ ଉପନ୍ୟାସ “ଅନ୍ବେଷି” ବିଭିନ୍ନ ଦିଗରୁ ଅନନ୍ୟ। ଗାନ୍ଧୀବାଦ ସଭ୍ୟତାକୁ ସବଳ,ସଚଳ ଓ ସୁଦୃଢ଼ କରାଯାଇ ପାରିବ ବୋଲି ଏହି ଉପନ୍ୟାସଟିର ଅନ୍ତଃସ୍ୱର ରହିଛି। ଏହି ଆବଶ୍ୟକତା ନିମିତ୍ତ ଉପନ୍ୟାସ “ଅନ୍ୱେଷି” ପଢିବା ଆବଶ୍ୟକ ବୋଲି ଏହାର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଖ୍ୟାତ ଔପନ୍ୟାସିକ ବିଭୁତି ପଟ୍ଟନାୟକ ମତ ଦେଇଛନ୍ତି। ଭୁବନେଶ୍ୱର ୪ ନମ୍ବର ୟୁନିଟ ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅୟୋଜିତ ଲୋକାର୍ପଣ ଉତ୍ସବ ରେ ସୁସହିତ୍ୟିକ ଡ଼. ଭଗବାନ ପ୍ରକାଶ ସଭାପତିତ୍ୱ କରିଥିବା ବେଳେ, ପ୍ରାବନ୍ଧିକ ଡ଼. ବାବାଜୀ ଚରଣ ପଟ୍ଟନାୟକ ସମ୍ମାନିତ ଅତିଥି ଓ ଅଧ୍ୟାପକ ପରମେଶ୍ବର ମୁଣ୍ଡ ମୁଖ୍ୟ ବକ୍ତା ତଥା ସମୀକ୍ଷକ ଭାବରେ ଯୋଗ ଦେଇଥିଲେ। ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରାରମ୍ଭରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ରେ ନିହତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା। ଉନ୍ମୋଚନ କରାଯିବା ପରେ ଲେଖକ ରାସ ବିହାରୀ ବେହେରା ନିଜର ଲେଖାକିୟ ମତାମତ ଦେଇ କରୋନା ମହାମାରୀ ସମୟରେ ଲକ ଡାଉନ ଓ ସଟ ଡାଉନ ପରିସ୍ଥିତି ଯୋଗୁଁ ବିଭିନ୍ନ କଟକଣା ଲାଗିଥିଲା। ଅଧିକାଂଶ ସମୟରେ ଘର ଭିତରେ ରହିବାକୁ ପଡୁଥିଲା। ସେହି ସମୟରେ ଏହି ଉପନ୍ୟାସ ର କଳ୍ପନା ଓ ଲେଖା ସମ୍ପନ୍ନ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆଜି ମଧ୍ୟ ବିଶ୍ୱ ବାସୀ ଙ୍କ ନିମନ୍ତେ ଏକ ପ୍ରେରଣାଦାୟୀ ପ୍ରସଙ୍ଗ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ତଥା ସମୀକ୍ଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଉପନ୍ୟାସଟିର ବିଭିନ୍ନ ଦିଗକୁ ଆଲୋଚନା କରିବା ସହ ଏହା ଏକ ସଫଳ ଉପନ୍ୟାସ ବୋଲି କହିଥିଲେ। ସଭାପତି ଡ଼. ଭଗବାନ ପ୍ରକାଶ ନିଜ ବକ୍ତବ୍ୟରେ କରୋନା ମହାମାରୀ ସମୟରେ ସାହିତ୍ୟ ସୃଷ୍ଟି ବଢ଼ି ଯାଇଛି। ତେବେ ଗାନ୍ଧୀ ବାଦ ଉପରେ ପର୍ଯ୍ୟବେସିତ ରାସ ବିହାରୀ ବେହେରା ଙ୍କ ଉପନ୍ୟାସ “ଅନ୍ୱେଷି” ପ୍ରତ୍ୟେକ ଛାତ୍ର ଛାତ୍ରୀ ପଢ଼ିବାର ଆବଶ୍ୟକତା ରହିଛି ଓ ଭବିଷ୍ୟତ ରେ ମହାବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମ ରେ ସାମିଲ କରାଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି କହିଥିଲେ। ଓଡିଶା ସାହିତ୍ୟ ଏକାଡେ଼ମୀ ର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଅର୍ଜି ପ୍ରକାଶିନୀ ର ପ୍ରକାଶକ ନୀଳକଣ୍ଠ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରଫେସର ଗୋପବନ୍ଧୁ ବେହେରା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସମେତ ବହୁ ସାହିତ୍ୟ ପ୍ରେମୀ ଏହି ଲୋକାର୍ପଣ ଉତ୍ସବ ରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ରାସ ବିହାରୀ ବେହେରା ଏକାଧାରରେ ଜଣେ ରାଜନୈତିଜ୍ଞ, ଔପନ୍ୟାସିକ ଓ ସାମ୍ବାଦିକ। ତାଙ୍କର ତିନିଟି ପ୍ରବନ୍ଧ ସଂକଳନ,୬ଗୋଟି ଉପନ୍ୟାସ, ଆତ୍ମ ଜୀବନୀ, ଓ ଭ୍ରମଣ କାହାଣୀ ‘ଅନନ୍ୟ ସୃଷ୍ଟି କାନାଡ଼ା’ ପ୍ରକାଶିତ ହୋଇଛି। ଭ୍ରମଣ କାହାଣୀ ‘ଅନନ୍ୟ ସୃଷ୍ଟି କାନାଡ଼ା’ ନିମନ୍ତେ ଶ୍ରୀ ବେହେରା ଓଡିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

masiha

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

masiha

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

Sunil Chandra Nayak

Leave a Comment

error: Content is protected !!