ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ବାଲେଶ୍ବର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ରେ ପ୍ରାୟ ତିନିଶହ ଯାତ୍ରୀ ପ୍ରାଣ ହରାଇବା କେବଳ ଓଡିଶା କାହିଁକି ସମଗ୍ର ବିଶ୍ବକୁ ମ୍ରିୟମାଣ କରିଦେଇଛି। ଯାହାପାଇଁ ସାରା ଭାରତ ବର୍ଷ ଏବଂ ବିଶ୍ବ ରେ ଶୋକର ଛାୟା ଖେଳି ଯାଇଛି । ଏହି ଦୁର୍ଘଟଣା ରେ ପ୍ରାଣହାନି ଘଟିଥିବା ସ୍ବର୍ଗୀୟ ଆତ୍ମା ମାନଙ୍କର ସଦଗତି ନିମନ୍ତେ ମିରର ଫାଉଣ୍ଡେସନ ଓ ଏକତା ଗୃପ ତରଫରୁ ମହମବତୀ ଶୋଭାଯାତ୍ରା ବାହାରି ସେକ୍ଟର ୨୦ ପାଣିଟାଙ୍କି ଛକଠାରେ ପହଞ୍ଚିଥିଲା। ଅମର ଆତ୍ମା ମାନଙ୍କର ସଦଗତି କାମନା କରିବା ସହ, ପ୍ରିୟଜନ ମାନଙ୍କୁ ହରାଇଥିବା ପରିବାର ବର୍ଗ ଙ୍କୁ ଏହି ଦୁଃଖଦ ସମୟରେ ସହାୟ ହେବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସମସ୍ତ ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ମହାନ୍ତି, ଜୋୟା ତ୍ରିପାଠୀ, ବିଜୟ ସୁନ୍ଦରରାୟ, ବିଶ୍ବଜିତ ରାଉତ,ଦୀପ୍ତି ସୁନ୍ଦରରାୟ,ଅମିତ ମାଇତି ମହାନ୍ତି, ସୌମ୍ଯରଂଜନ ବିଶ୍ବାଳ, ବିଶାଳ ମହାଳିକ, ସରିତା ଦେବୀ, ରାଜଲକ୍ଷ୍ମୀ ପାତ୍ର,ପ୍ରତିମା ସାହୁ, ରାଜ ନନ୍ଦିନୀ,କାର୍ତ୍ତିକ ରାଉତ, ବନଜା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆନ୍ତର୍ଜାତୀୟ ବ୍ଲାକନୋଫାଣ୍ଟାଷ୍ଟିକ ଇଣ୍ଟରନେସନାଲ କ୍ରୋଏସିଆ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ‘ସମ୍ମାନ ସୂଚକ ଡକ୍ଟରେଟ ଉପାଧି’ ରେ ସମ୍ବର୍ଦ୍ଧିତ 

Sunil Chandra Nayak

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

Leave a Comment

error: Content is protected !!