ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

 ରାଯଗଡ଼ ତା ୨୪.୪.୨୦୨୫ //      ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଳାପାଳ ପାରୁଲ ପଟ୍ଟାଓରୀ ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ । ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମ ପଞ୍ଚାୟତ ଗୁଡିକୁ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସ୍ଥାନୀୟକରଣ ନିମନ୍ତେ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ସୁଦୃଢ଼ କରିବା ସବୁ ଗ୍ରାମ ପଞ୍ଚାୟତର ଲକ୍ଷ୍ୟ ହେବା ଉଚିତ ବୋଲି ଜିଲ୍ଲାପାଳ କହିଛନ୍ତି । ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ଜିଲ୍ଲାରେ ଉତ୍ତମ ବିକାଶୋନ୍ମୁଖୀ କାର୍ଯ୍ଯ ନିମନ୍ତେ ବିଭିନ୍ନ ଗ୍ରାମ ପଞ୍ଚାୟତ ଓ ସମିତିର ନାମ ଘୋଷଣା କରିଥିଲେ। 

          ରାମନାଗୁଡା ପଞ୍ଚାୟତ ସମିତି ଓ ରାୟଗଡ଼ ବ୍ଲକର ତାଡ଼ମା ଗ୍ରାମ ପଞ୍ଚାୟତକୁ ଉତ୍ତମ ନାଗରୀକ ସେବା, ଦୈର୍ଘ୍ୟ ମିଆଦି ବିକାଶ ଲକ୍ଷର ସ୍ଥାନୀୟକରଣ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୪-୨୫ ବର୍ଷରେ ଆବାସ ଯୋଜନାର ସଫଳ ରୂପାୟନ ଲକ୍ଷ୍ୟ ହାସଲ କ୍ଷେତ୍ରରେ ରାଜ୍ଯରେ ସର୍ବୋତ୍ତମ ସ୍ଥାନ ହାସଲ କରିଥିବାରୁ ରାୟଗଡ଼ ଜିଲ୍ଲା ଆବାସ ଯୋଜନା ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

          ସରକାରଙ୍କ ବିଭିନ୍ନ ଯୋଜନାର ଗ୍ରାମୀଣ କ୍ଷେତ୍ରରେ ସଫଳ ରୂପାୟନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁନିଗୁଡା ବ୍ଲକର ନିର୍ବାହୀ ଅଧିକାରୀ ଗଦାଧର ମିଶ୍ର, କୋଲନରା ବ୍ଲକର ଏଡିଇଓ ଶିବାନୀ ପଟ୍ଟନାୟକ ଓ ଗୁଣୁପୁର ବ୍ଲକର ଗ୍ରାମ ରୋଜଗାର ସେବକ ଦୁଶନ୍ତ ରାଇକାଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲାର ଆଠଗୋଟି ଗ୍ରାମ ପଞ୍ଚାୟତକୁ ପଞ୍ଚମ ରାଜ୍ଯ ଅର୍ଥ କମିଶନ ଯୋଜନାରେ ମୋଟ 34 ଲକ୍ଷ 78 ହଜାର 258 ଟଙ୍କାର ପ୍ରୋସାହନ ରାଶି ବିତରଣ କରାଯାଇଥିଲା ।

        ଜିଲ୍ଲାରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ “ଭାରତର ଭବିଷ୍ୟତ ଗଠନରେ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା” ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜେଶ୍ୱରୀ ଭଟ୍ଟରାୟ ପ୍ରଥମ, ଶୁଭେନ୍ଦୁକୁମାର ପାତ୍ର ଦ୍ବିତୀୟ ଓ ବି ମୋନିକା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା ।

          ବିହାରର ମଧୁବନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ସହ ପୁରୀର ତାଳବଣିଆ ଠାରୁ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ କରାଯାଇଥିଲା। ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସତ୍ୟ ନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ବିଦୀଶା ଶତପଥି ଏହାର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

କାମାକ୍ଷାନଗର ବାଇସିଙ୍ଗା ଓଭରବ୍ରିଜ ହେଲା, ଅନନ୍ତପୁର କେବେ ?

masiha

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

masiha

Leave a Comment

error: Content is protected !!