ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡ଼େନ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୂର ରେ ଏକ ନିର୍ବାଚନ ସମାପିତ ହୋଇଛି

ନୂଆପଡା ଜିଲ୍ଲା କେଶରାଜପୁର ଆଦର୍ଶ ବିଦ୍ୟାଳୟ ରେ ରେ ଗତ ଅଗଷ୍ଟ ରେ ଦୁଇଦିନ ଧରି ଛାତ୍ର-ଛାତ୍ରୀ ମାନଙ୍କର ପ୍ରଥମ ଦିନରେ ମନୋନୀତ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କଳା ପରେ ମତଦାନ ପ୍ରକ୍ରିୟା ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜର ପସନ୍ଦର ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କ ଭୋଟ ଚିହ୍ନରେ ମତଦାନ ସାବ୍ୟସ୍ତ କରିଥିଲେ। ନିର୍ବାଚନ ପ୍ରକ୍ରିୟା ରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷିକା ମାନେ ପ୍ରିଜାଇଡିଙ୍ଗ ଅଫିସର, ପ୍ରଥମ ଓ ଦ୍ବିତୀୟ ପୋଲିଂ ଅଫିସର, ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ଅଫିସର ଭାବରେ ଦାୟିତ୍ଵ ତୋଳାଇଥିଲେ। ସେମାନେ ହେଲେ ଅଧ୍ୟକ୍ଷା ଅନିମା ବାରିକ, ମନୋଜ ବେହେରା, ଲକ୍ଷ୍ମଣ ବରିହା, ସାର୍ଥକ ସାରଥି ସିଂହ, ଆକାଶ ମୁଣ୍ଡା, ଯଦୁମଣି ବାରିକ, ନରୋତ୍ତମ ବାଘ, ଜିତେନ୍ଦ୍ର ନାଥ ଗହିର, ସନ୍ତୋଷ କୁମାର ଦାସ, ସତ୍ୟ ପ୍ରକାଶ ଡନସନା, ଦୀନବନ୍ଧୁ କଟା, ତାପସ ରଂଜନ ବାରିକ, ପ୍ରକାଶ କୁମାର ବେହୁରିଆ, ଲିଲି ପଟେଲ, ନିଭା ଦଣ୍ଡସେନା, ରମ୍ଭା ବେହେରା, ଭାଗ୍ୟଶ୍ରୀ ତାଣ୍ଡି ଏବଂ ଦେବସ୍ମିତା ହାଁସଦା। ଦ୍ଵିତୀୟ ଦିନ ଭୋଟ ଗଣତି ପରେ ନିର୍ବାଚିତ ପ୍ରାର୍ଥୀ ମାନଙ୍କର ନାମ ପର୍ଯ୍ୟାୟ କ୍ରମେ ଘୋଷଣା କରାଯାଇଥିଲା। ନିର୍ବାଚିତ ପ୍ରାର୍ଥୀ ମାନେ ହେଲେ – ତ୍ରିପାଲ ମାଝୀ (ପ୍ରଧାନ ମନ୍ତ୍ରୀ), ପ୍ରଦୀପ ନାଗ (ଗୃହମନ୍ତ୍ରୀ), ଶୋଭିତ ହରିଜନ (ସାଂସ୍କୃତିକ ମନ୍ତ୍ରୀ), ଶୌକ ସଂକଳ୍ପ ପଣ୍ଡା (ଖେଳ ଏବଂ ଅନୁଶାସନ ମନ୍ତ୍ରୀ), ହର୍ଷିତା ବାଗ (ସ୍ବାସ୍ଥ୍ୟ ମନ୍ତ୍ରୀ), ୟୁ ବି ଅଭିଜିତ ମାଝୀ (ଖାଦ୍ୟ ମନ୍ତ୍ରୀ) ଏବଂ ସ୍ନେହା ମାଝୀ (ପରିଷ୍କାର ଏବଂ ପରିମଳ ମନ୍ତ୍ରୀ)। ଏହି ନିର୍ବାଚନ ରେ ପୋଲିଂ ବୁଥ, ଭୋଟ ବାକ୍ସ, ଭୋଟ ଷ୍ଟାମ୍ପ, ଭୋଟ ଚିହ୍ନ, ବାଲେଟ ପେପର ଇତ୍ୟାଦିର ବ୍ୟବହାର ହୋଇଥିଲା। ଏହା ଦ୍ବାରା ଛାତ୍ର ଛାତ୍ରୀ ମାନେ ନିର୍ବାଚନ ପ୍ରକ୍ରିୟା ରେ ସଚେତନ ହୋଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ ବ୍ୟବସ୍ଥିତ ଢଙ୍ଗରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳରୁ ରବି ଧାନ କିଣା ନେଇ ଆଶା ଉଜ୍ଜଳ….

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

Leave a Comment

error: Content is protected !!