ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ରୁ ଜଳସେଚନ ଦାବିରେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଲଡୁଗାଁ ପଞ୍ଚାୟତର ଚାଷି

କୋକସରା,୦୬/୦୧// କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗତବର୍ଷ ଠାରୁ ଜୟପାଟଣା କୋକସରା ଓ ଧର୍ମଗଡ଼ ବ୍ଲକର ଚାଷଜମିକୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ ରବି ଋତୁ ଧାନଚାଷ ପାଇଁ ଡିଏମ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର ହେକ୍ଟର ଚାଷଜମିକୁ ଜଳସେଚନ କରାଯିବା ନେଇ କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ସୂତ୍ରରୁ ସୁଚନା ମିଲିଛି। ତେବେ ଲଡୁଗାଁ ପଞ୍ଚାୟତ ଦେଇ ଯାଇଥିବା ମେଗାଲିଫ୍ଟ କେନାଲ ଡିଏମ ୧୧ ର ଶତାଧିକ ଅଞ୍ଚଳ ହେକ୍ଟର ଚାଷଜମି ଜଳସେଚନ ପରିଚାଳନାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଜଳସେଚନ ହେଉନଥିବା ଓ ମରାମତି ଦାବି କରି ଗୁରୁବାର ଲଡୁଗାଁ ପଞ୍ଚାୟତ ଅଞ୍ଚଳର ଚାଷି ମାନେ ସମାଜସେବୀ ତଥା ଚାଷି ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ ବରିଷ୍ଠ ସମାଜସେବୀ ଅଶୋକ ଅଗ୍ରୱାଲ, ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, କିଶୋର ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ଅଗ୍ରୱାଲ, ବ୍ୟୋମକେଶ ସାହୁ, ଗୁଣନିଧି ବାଗ, ଶ୍ରୀମନ୍ତ ପାଢ଼ୀ, ରୁଦ୍ର ପ୍ରସାଦ ଦାସ, ଖଗେଶ୍ୱର ଚୌଧୁରୀ ଅନ୍ୟ ଚାଷୀମାନେ ମୁଖୀଗୁଡା ଇନ୍ଦ୍ରାବତୀ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଜଳସେଚନ ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷିଙ୍କ ଦାବି ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚୋରନିଦୁଆର ଗ୍ରାମବାସୀ

Sunil Chandra Nayak

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

Sunil Chandra Nayak

ଅବ୍ୟବସ୍ଥା ମଧ୍ୟରେ ଓଡେଶୁ ଗାଁ 

masiha

Leave a Comment

error: Content is protected !!