ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦଶମ ବାର୍ଷିକ ତ୍ରିଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ

 ତିର୍ତ୍ତୋଲ :- ତା.06/01/23 ବିଶ୍ୱର କଲ୍ୟାଣ ନିମନ୍ତେ ଯଜ୍ଞାହୂତୀ ବା ବଳିଦାନ ବା ଘୃତାହୂତୀ ହେଉଛି ଏକ ଆଧାର ! ଦିନକୁ ଦିନ ଅଶାନ୍ତ ପୃଥିବୀ ଭୟାବହତା ଆଡକୁ ମାଡିଚାଲିଥିବା ବେଳେ ବୈଦିକ ରୀତିରେ ଯଜ୍ଞମାନ କରାଯାଇ ବିଶ୍ୱରେ ଶାନ୍ତି ସ୍ଥାପନା ନିମନ୍ତେ ପ୍ରୟାସ କରାଯାଇଥାଏ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତେନ୍ତୁଳିପଦା ପଞ୍ଚାୟତ ତଥା ଗ୍ରାମସ୍ଥିତ ସାରଳାରୋଡ଼ ନିକଟରେ ଥିବା କାଳୀପଡିଆ ଜଗନ୍ନାଥ ମନ୍ଦିର ପରିସରରେ ଚାଲିଛି ବିଶ୍ଵଶାନ୍ତି ମହାଯଜ୍ଞ ! ତିନିଦିନ ବ୍ୟାପି ଏହି ଯଜ୍ଞରେ ବୈଦିକବିପ୍ରମାନେ ବେଦଧ୍ୱନି ସହିତ ଯଜ୍ଞାହୁତୀ କରିଚାଲିଛନ୍ତି ! ଏହି ଯଜ୍ଞରେ କର୍ତ୍ତା ଭାବେ ବିଶ୍ଵପ୍ରକାଶ ମହାପାତ୍ର ଦଶବର୍ଷ ଧରି ସମସ୍ତ ଆୟୋଜନ କରିଆସୁଥିବା ବେଳେ ପୂଜକ ଅଶୋକ କୁମାର ଦାଶ ପ୍ରତ୍ୟେକ ବର୍ଷ ସମ୍ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି !ପୂର୍ବ କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଚାଳିଶ ବର୍ଷ ଧରି ଦୁଇଜଣ ବାଙ୍ଗୀୟ ବ୍ୟକ୍ତି ରାଧାକୃଷ୍ଣଙ୍କର ମନ୍ଦିରନିର୍ମାଣ କରିବାର ଚେଷ୍ଟା କରିଆସୁଥିଲେ ମଧ୍ୟ ସେମାନଙ୍କ ଆଶା ସଫଳ ହୋଇ ପାରିନଥିଲା !ଅଧା ମନ୍ଦିର ତୋଳି ଫେରିଯାଇଥିଲେ ବଙ୍ଗଦେଶକୁ !ମାତ୍ର ବିଧିର ବିଚିତ୍ର ଲୀଳା, ଅଧା ମନ୍ଦିରକୁ ପୂର୍ଣ୍ଣ କରି, ରାଧାକୃଷ୍ଣଙ୍କ ମୂର୍ତ୍ତୀ ପୂଜା ପାଇବା ସହିତ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଙ୍କର ପ୍ରତିମୂର୍ତ୍ତି ଦଶବର୍ଷ ହେବ ପୂଜା ପାଇଆସୁଛି ବୋଲି କୁହନ୍ତି ପୂଜକ ଅଶୋକ କୁମାର ଦାଶ ! କିନ୍ତୁଏହି ମନ୍ଦିରରେ ଅନ୍ୟ ନୀତିକାନ୍ତି ପୂଜା ପାର୍ବଣ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଥଯାତ୍ରା ହୋଇ ପାରିନାହିଁ ବୋଲି ଦୁଃଖ ପ୍ରକାଶ କରନ୍ତି, ପୂଜକ ଅଶୋକ ନନା ! ଯେପର୍ଯ୍ୟନ୍ତ ଗ୍ରାମ ତଥା ଆଖପାଖରେ ଥିବା ଜଗନ୍ନାଥ ପ୍ରେମୀ ନ ଚାହିଁଛନ୍ତି, ସେପର୍ଯ୍ୟନ୍ତ ରଥଯାତ୍ରା ଅସମ୍ଭବ ବୋଲି ପ୍ରକାଶ କରିବା ସହିତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି ଯେ ଉକ୍ତ ସ୍ଥାନକୁ ନଜରକୁ ଆଣି ଉନ୍ନତି କରଣ କରାଯାଉ ଯେପରି ବାହାର ପର୍ଯ୍ୟଟକ ମାନଙ୍କ ପାଇଁ ଏହିଠାରେ ସାରଳା ମଣ୍ଡଳର ଶୋଭାବର୍ଦ୍ଧନ ହୋଇ ପାରିବ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ଜାମଝରଣ ଗ୍ରାମରେ ତୃତୀୟ ତମ ପବିତ୍ର ୧୬ପ୍ରହର ନାମଯଜ୍ଞ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

Leave a Comment

error: Content is protected !!