ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରlତି ଯାଇ ଫେରୁଥିବା ବେଳେ କାର ଦୁର୍ଘଟଣା,୧ ମୃତ ୩ ଗୁରୁତର 

ବରlତି ଯାଇ ଫେରୁଥିବା ବେଳେ କାର ଦୁର୍ଘଟଣା,୧ ମୃତ ୩ ଗୁରୁତର 

ଜୁନାଗଡ଼,୦୯/୧୨(ମ ନି ସ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରୁ ନୂଆପଡ଼ା ଜିଲ୍ଲା ର ସିନାପାଲି କୁ  ବାହାଘର ବରIତି ରେ ଏକ ବାଲେନୋ କାର ଫେରୁ ଥିବା ବାଟରେ ଦୁର୍ଘଟଣା ଘଟି ଜଣକଙ୍କ ମୃତ୍ୟୁ ହୋଇ ଥିବାବେଳେ ୩ ଗୁରୁତର ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ପଲାସ ଗ୍ରାମରୁ ଏକ ବଲେନୋ ଗାଡ଼ି ନମ୍ବର ଓ ଡି ୦୮କେ ୪୫୮୫ ରେ ସିନାପାଲି ଗ୍ରାମକୁ ବାହାଘର କୁ ଯାଇ ଥିଲେ l ପରେ ବାହାଘର ଭୋଜି ଖାଇ ଗୋଟିଏ ଗlଡି ରେ ସେଠାରୁ ପଲାସ ଗ୍ରାମକୁ ରାତି ୧.ଟlରେ ଫେରୁଥିବା ବାଟରେ ଅର୍ଥାତ୍ ଘରକୁ ପହଞ୍ଚିବାକୁ ଆଉ କିଛି ସମୟ ଥିବା ବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ବଣ୍ଡା କୁଟୁରା  ଢ଼ାବା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ଆହତଙ୍କୁ ଜୁନାଗଡ଼ ଡାକ୍ତଖାନା କୁ ନେଇଥିଲେ l ସେଠାରେ ଡାକ୍ତର ଜଣକୁ  ମୃତ ଘୋଷଣା କରିଥିବା ବେଳେ ଗୁରୁତର ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ  l ମୃତ ବ୍ୟକ୍ତି ହେଲେ ବଣ୍ଡା କୁଟୁରl ଗ୍ରାମର  ହିମାଂଶୁ ମେହେର (୩୦), ଏବଂ ଆହତ ମାନେ ହେଲେ , ଯୁଗେଶ୍ୱର୍ ମେହେର ଓ,ଶୁଭମ୍ ମେହେର ବୁଢ଼ୀ ପଦର ଗ୍ରାମର ଏବଂ ଡ଼୍ରାଇଭର ରବି ପ୍ରଧାନ , ମାଲପଡ଼ାର ବୋଲି ଜଣାପଡିଛି l ବର୍ତ୍ତମାନ ଗୁରୁତର ଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଅତି ସଙ୍କଟପନ ଥିବାରୁ ବଡ଼ ଡାକ୍ତର ଖନାକୁ ସ୍ଥାନାନ୍ତର କରାଯାଉ ଥିବା ଜଣାପଡିଛି l ପୋଲିସ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ସୂଚନା ଦେଇଛନ୍ତି l ଘଟଣାକୁ ନେଇ  ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l 

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ ଧାମରା ସାହିତ୍ୟ ସଂସଦ ର ସୃଜନ ସନ୍ଧ୍ୟା 

masiha

Leave a Comment

error: Content is protected !!