ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ 

ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ 

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଶେଷ ରଜ ଅବସରରେ ରାଜ୍ୟସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ ୨୦୨୪ ବାଣୀପୀଠ ଶ୍ରୀ ରାମଚନ୍ଦ୍ର ଭବନରେ ଅନୁଷ୍ଟିତ ହୋଇ ଯାଇଛି । ଏହା ପ୍ରଥମ ରାଜ୍ୟସ୍ତରୀୟ ଗବେଷଣାତ୍ମକ ସାରସ୍ବତ ମହୋତ୍ସବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲେଖକ ଓ ଲେଖକା ପୂର୍ବରୁ ପ୍ରଦାନ କରିଥିବା “ବସୁମତୀ ସ୍ନାନ” ଶୀର୍ଷକ ଗବେଷଣାତ୍ମକ କବିତା, ଗଳ୍ପ ଏବଂ ପ୍ରବନ୍ଧ ପାଠ କରିଥିଲେ । ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଏବଂ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କବୟିତ୍ରୀ ମନୋରମା ମିଶ୍ର ଜଗନ୍ନାଥ ଅଷ୍ଟକମ ଗାନ କରିଥିଲେ । ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଦ୍ଵିତୀୟ ଅଧିବେଶନକୁ ଡ଼କ୍ଟର ବୈଷ୍ଣବ ଚରଣ ସାମଲ ଉଦ୍ ଘାଟନ କରି ସାହିତ୍ୟ ସମାଜକୁ ଯୋଡେ ବୋଲି ମତବ୍ୟକ୍ତ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ଆଧ୍ୟାତ୍ମିକ ସାହିତ୍ୟରେ ବିପ୍ଳବ ସୃଷ୍ଟି କରିଛି ବୋଲି ଦୃଢତାର ସହିତ ସ୍ବୀକାର କରିଥିଲେ । ସାହିତ୍ୟର ନୂତନ ଧାରା ଗବେଷଣାତ୍ମକ ସାହିତ୍ୟ , ଯେଉଁ ବିଭାଗରେ ଅଧିକ କାର୍ଯ୍ୟ ହେବାର ଆବଶ୍ୟକତା ରହିଛି । ମୁଖ୍ୟ ଅତିଥି ଭାବେ ଡ଼କ୍ଟର ବାବାଜୀ ପଟ୍ଟନାୟକ ବସୁମତୀ ସ୍ନାନର ପ୍ରାସଙ୍ଗିକତା ସ୍ପଷ୍ଟ ରୂପେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ, ସ୍ଵତନ୍ତ୍ର ଶାସନ ସଚିବ , ଓଡ଼ିଶା ସରକାର ଲୋକ ସାହିତ୍ୟରେ ରଜ ପର୍ବର ଗବେଷଣାତ୍ମକ ଦିଗ ଉପରେ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ , ଡଃ ଅଜୟ କୁମାର ପଣ୍ଡା( ଉପ ନିର୍ଦ୍ଦେଶକ ), ହେମନ୍ତ କୁମାର ଜେନା , ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡଃ ସ୍ନେହାଶ୍ରୀ ସ୍ୱାଇଁ , ସାହିତ୍ୟିକା ଓ ସମାଜସେବୀ,ବିପିନ ଦଳାଇ ,ସୁଭାଷ ଚନ୍ଦ୍ର ରାଉତ ବସୁମତୀ ସ୍ନାନ ଏବଂ କୈବଲ୍ୟ ସାହିତ୍ୟ ସଂସଦ ର ଆଧ୍ୟାତ୍ମିକ କାର୍ଯ୍ୟ ବିଷୟରେ ବ୍ୟାଖ୍ୟା କରିଥିଲେ । ଦେବଦତ୍ତ ପ୍ରଧାନ ବସୁମତୀ ସ୍ନାନ ସମ୍ପର୍କରେ ଗବେଷଣାତ୍ମକ ପ୍ରବନ୍ଧ ପାଠ କରିଥିଲେ । ଦୁଇ ଶହରୁ ଊର୍ଦ୍ଧ୍ବ ଲେଖକ ଏବଂ ଲେଖିକା ମାନଙ୍କୁ ରାଜ୍ୟସ୍ତରୀୟ ବସୁମତୀ ମାଆ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ । ଲେଖକ ଡଃ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ “ଫାଲଗୁ ଧାରା”, ଲେଖକ ଜାନକୀ ବହ୍ଲବ ଦାସ ଙ୍କ ପୁସ୍ତକ ” କଥା ପୁରୁଣା ଅସଲି ସୁନା “ଲେଖିକା ସବିତା ନାୟକଙ୍କ “ପ୍ରୀତିପୁଷ୍ପ” ର ଶୁଭ ଲୋକାର୍ପଣ କରାଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପାରମିତା ବାରିକ, ନିତ୍ୟା ମହାବର,ବିଶ୍ନୋବି ମଲ୍ଲିକ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । କଣ୍ଠଶିଳ୍ପୀ ବିରେନ୍ଦ୍ର କୁମାର ଜେନା, ଅଶୋକ କୁମାର ବେହେରା,ଡ଼କ୍ଟର ଅନିରୁଦ୍ଧ କୁରକୁରିଆ, (ସୋନପୁର) ଭକ୍ତି ସଙ୍ଗୀତ ଗାନ କରିଥିଲେ ।କଳାକାର ବଟକୃଷ୍ଣ ସାହୁ ଏବଂ ଲିଙ୍ଗରାଜ ଦାସଙ୍କ ଦ୍ଵାରା ମଥୁରା ପୁରର ପୌରାଣିକ ସଂଳାପ ଦର୍ଶକ ମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲା ।

ଅଧ୍ୟାପିକା ବୈଜୟନ୍ତୀ ସାହୁ ଏବଂ ଡଃ ସନ୍ତୋଷ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କବି ଅଭୟ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିଯୁଜ ସର୍ଭିସ୍ 

Related posts

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ମନରେଗା ଯୋଜନା କାମ ନେଇ ସମିତି ବୈଠକରେ ଆଲୋଚନା, ସରକାରୀ କାମରେ ବ୍ୟାଘାତକୁ ତୀବ୍ର ନିନ୍ଦା କଲେ ନିର୍ବାଚିତ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!