ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ

ଖଇରା,୧୮/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଶାଶୁ ସାବିତ୍ରୀ ସାହୁଙ୍କର ଆଜି ସକାଳ ଘ୯.୩୦ମି ସମୟରେ ଖଇରା ପଞ୍ଚାୟତ ପୁରସ୍ତମପୁର ଗ୍ରାମ ବାସଭବନରେ ହଠାତ୍ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୯ ବର୍ଷ ହୋଇଥିଲା । ପ୍ରକାଶ ଥାଉକି ସେ କିଛି ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ଟାଟା ମେମୋରିଆଲ କର୍କଟ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘରେ ମଧ୍ୟ ପରିବାର ଲୋକେ ଖୁବ୍ ଉତ୍ତମ ସେବାଯତ୍ନ ନେଉଥିଲେ । ହଠାତ୍ ତାଙ୍କ ଦେହାନ୍ତ ଖବର ସମସ୍ତଙ୍କ ମନରେ ଦୁଃଖ ଓ ବିଷାଦ ଭରି ଦେଇଥିଲା । ତାଙ୍କ ସ୍ବାମୀ ବିଷ୍ଣୁପଦ ସାହୁ ଖଇରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଟନ୍ତି । ଖବରପାଇ ସ୍ବର୍ଗତା ସାହୁଙ୍କୁ ଭଲ ପାଉଥିବା ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ, ପାଖପଡୋଶୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମରଶରୀର ନିକଟରେ ୩ପୁଅ ୧ଝିଅ, ନାତି, ନାତୁଣୀ, ଜ୍ବାଇଁ ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପୂର୍ବତନ ସରପଂଚ ସୁଦର୍ଶନ ସେଠୀ ମଧ୍ୟ ଖବରପାଇ ପହଞ୍ଚି ଥିଲେ । ସେ ଜଣେ ସରଳ, ନମ୍ର, ଭଦ୍ର, ମିଷ୍ଟଭାଷୀ, ମେଳାପି, ସ୍ନେହୀ, ପରୋପକାରୀ ଓ ଧର୍ମପରାୟଣା ବ୍ଯକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

masiha

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

Leave a Comment

error: Content is protected !!