ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ 

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୃହରେ ଆଜି ସକାଳ ୯ ଘଣ୍ଟା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ଅବସରରେ ବ୍ୟାପକ ସଚେତନ କରାଯାଇଥିଲା l ଅଧ୍ୟାପକ ସନ୍ତୋଷ ସିଂ ଲାଲ ସ୍ୱାସ୍ଥ୍ୟ ଦିବସ ରେ ସ୍ଵାସ୍ଥ୍ୟ ର ଯତ୍ନ ନେଇ ସୁସ୍ଥ ଜୀବନ ଯାପନ କରିବା ଉପରେ ନିଜର ମତ ବ୍ୟକ୍ତ କରିଥିଲେ l ଅଧ୍ୟାପିକା ଶୁଭଲକ୍ଷ୍ମୀ ଭୂଷଣ ଛାତ୍ରଛାତ୍ରୀ ମାନଙ୍କୁ ଫାଷ୍ଟ ଫୁଡ ନ ଖାଇବା, ଅଧିକ ସମୟ ମୋବାଇଲ୍ ନ ଦେଖିବା, ସୁସମ ଖାଦ୍ୟ ଖାଇ ସ୍ଵାସ୍ଥ୍ୟକର ସୁସ୍ଥ ଉପରେ ବ୍ୟାପକ ଭାଷଣ ଦେଇଥିଲେ l ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଆୟୁର୍ବଦିକେ ଗଛ ଲତା ର ଔଷଧୀୟ ଗୁଣ, ବ୍ୟାୟାମ, ପ୍ରାଣାୟାମ, ଖାଦ୍ୟ ଖାଇବା, ପାଣି ପିଇବା, ଝାଡ଼ା ଓ ପରିସ୍ରା ଯିବା ଉପରେ ସମସ୍ତ ପ୍ରକାରରେ ନୀତି ନିୟମ ଉପରେ ବ୍ୟାପକ ଭାବେ ବୁଝାଇଥିଲେ l ଗଛ ଲତା ମାନଙ୍କ ଭିତରେ ସଜନା ଗଛ ପତ୍ର ଓ ଛାଲି, ଅରଖ ଗଛର ପତ୍ର ଓ ଖିର ର ଉପକାରିତା, ଭୃସଙ୍ଗ ପତ୍ର,ପୋକଶୁଙ୍ଗା ଗଛ ର ପତ୍ର,ବରଗଛ କ୍ଷୀର ଓ ପତ୍ର, ଅପମାରଙ୍ଗ ଗଛ ଚେର ଓ ପତ୍ର, ଗଙ୍ଗଶିଉଳି ପତ୍ର, ପିଜୁଳି ପତ୍ର ଓ ଫଳ, ସଦା ବିହାରୀ ଗଛର ପତ୍ର ଫୁଲ, ପିଜୁଳି ଗଛର ପତ୍ର ଓ ଫଳ,ମନ୍ଦାର ଗଛ ର ପତ୍ର ଫୁଲ ଭିତରେ ଥିବା ଔଷଧୀୟ ଗୁଣ ବ୍ୟାପକ ଭାବେ ଅବଗତ କରାଇ ତାହାର ଲକ୍ଷ୍ୟ, ଉଦ୍ଦେଶ୍ଯ ଓ ଉପକାରିତା ଉପରେ ସୂଚନା ଦେଇଥିଲେ l ସ୍ଵାସ୍ଥ୍ୟ ଠିକ ଥିଲେ ମନ ଠିକ୍ ରହିବା ସହ ପାଠ ପଢିବା ରେ ମନ ଯୋଗ ନିଶ୍ଚୟ ରହିବ, ସେଥିପାଇଁ ସ୍ଵାସ୍ଥ୍ୟର ଯତ୍ନ ପ୍ରତି ପ୍ରତ୍ୟେକ ନେଇ ସୁସ୍ଥ ରହି ନିରୋଗ ଜୀବନ ଯାପନ କରିବା ଭଳି ଉପଦେଶ ପ୍ରଦାନ କରିଥିଲେ l ଅଧ୍ୟାପକ ପ୍ରଦୀପ ଭତ୍ରl, ପଦମ ଭତ୍ରl, କୈଳାଶ ମାଝୀ,ଲିପୁ ମାଝୀ, ଅଧ୍ୟାପିକା ଚିନ୍ମୟୀ ସୁନ୍ଦରା, ରଶ୍ମିତା ପାଢୀ ପ୍ରମୂଖ ମଞ୍ଚ ରେ ରହିଥିବା ବେଳେ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟଦର୍ଶିନୀ ସ୍ୱାଇଁ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ପ୍ରସ୍ତୁତୀ ବୈଠକ

masiha

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!