ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

କଟକ : ସବୁଜିମାର ସ୍ୱର ସାହିତ୍ୟ ପରିବାର ତରଫରୁ ଧବଳେଶ୍ଵର ସାରସ୍ବତ ଆଶ୍ରମରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମଠାଧୀଶ ମାନସ ଚୈତନ୍ୟ ମହାରାଜ ବିଧି ମୁତାବକ ବୃକ୍ଷ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସବୁଜିମାର ସ୍ୱର ସାହିତ୍ୟ ପରିବାର ର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ପଣ୍ଡିତ ନୀଳକଣ୍ଠ ରାଉତ୍ ଦାର୍ଶନିକ ଉଦ୍ ଘାଟକ ଭାବେ ପ୍ରାରମ୍ଭିକ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ବୈଦିକ ପରମ୍ପରା ମତେ ବୃକ୍ଷମୂଳେ ଜଳ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି କୈଳାସ ଚନ୍ଦ୍ର ଜେନା ବରିଷ୍ଠ ସାମ୍ବାଦିକ ଏବଂ ସଭାପତି ସମ୍ପର୍କ ସାହିତ୍ୟ ସଂସଦ ପରିବେଶର ବର୍ତ୍ତମାନ ସ୍ଥିତି ଏବଂ ସୁରକ୍ଷା ଉପରେ ସମୀକ୍ଷା କରିଥିଲେ । ମୁଖ୍ୟ ବକ୍ତା ସତ୍ୟବ୍ରତ ପୂହାଣ ସଭାପତି କଳାକାର ଓଡ଼ିଶା ପରିବେଶ ସୁରକ୍ଷା ପାଇଁ ସୁନ୍ଦର ବକ୍ତବ୍ୟ ରଖିଥିଲେ ଏବଂ ନିଜ ଢଙ୍ଗରେ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଦାସ ଅଧ୍ୟାପକ , ବ୍ରହ୍ମାନନ୍ଦ ମହାନ୍ତି ସଭାପତି ଗ୍ରାମ୍ୟ ସ୍ବରାଜ , ବିଦ୍ୟାଧର ଖଟୁଆ ସମ୍ପାଦକ ପୂର୍ଣକୁମ୍ଭ,ସାଗର କୁମାର ସାମନ୍ତରାୟ ସଂଗଠକ, ଆଶୁକବି ଜନ ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ସମସ୍ତେ ବୃକ୍ଷ ରୋପଣ କରିଥିଲେ । ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଏନ ସି ସି କ୍ୟାଡେଟ ପ୍ରିତମ ସେଠୀ, ସ୍ନେହାଶିସ ବିଶ୍ଵାଳ, ବିକାଶ କୁମାର ନାୟକ, ଦେବୀ ପ୍ରସାଦ କମଲା, ସତ୍ୟଜିତ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ଅବସରରେ ଆଶ୍ରମ ପରିସରରେ ଶାଗୁଆନ, କଦମ୍ବ, ଆକାସିଆ ଏବଂ ଅନ୍ୟ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଏକ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ସଂକଳ୍ପ କର୍ମଶାଳାରେ ତିନିଜଣ କବି ସ୍ଵ ରଚିତ କବିତା ଗାନ କରି ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ । ଓଡ଼ିଶାର ପ୍ରଥମ ଅନୁଷ୍ଠାନ ଭାବେ ସାହିତ୍ୟ ସହିତ ପରିବେଶ ସୁରକ୍ଷା କୁ ପ୍ରାଧାନ୍ୟ ଦେଇଛି ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

masiha

ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ 

Sunil Chandra Nayak

Leave a Comment

error: Content is protected !!