ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହାତୀଦାନ୍ତ ବନ ବିଭାଗ ଯନ୍ତାରେ ୫ ବନ ତସ୍କରୀ; ୪ ଖଣ୍ଡ ହାତୀ ଦାନ୍ତ ଜଵତ

 ମୟୂରଭଞ୍ଜ – (ମସିହା) ୨/୭ ହାତୀଦାନ୍ତ ବିକ୍ରି ନିମନ୍ତେ ଡିଲ ବେଳକୁ ମାଡି ବସିଲା ବନ ବିଭାଗ l ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ (ଦକ୍ଷିଣ)ଙ୍କ ନେତୃତ୍ୱରେ ଯଶିପୁର ଅଞ୍ଚଳରୁ ହାତୀଦାନ୍ତ ଜବତ ହୋଇଛି। ଏଥି ସହିତ ୫ଜଣକୁ ଗିରଫ ହୋଇଛି। ଏନେଇ ବାରିପଦାର ଭଞ୍ଜପୁର ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟରେ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ହାତୀଦାନ୍ତ ଡିଲ ନେଇ ବିଶ୍ବସ୍ଥ ସୁତ୍ରରୁ ବନ ବିଭାଗ ଖବର ପାଇଥିଲେ। ଶନିବାର ରାତିରେ ବନ ବିଭାଗ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡାଙ୍କ ନେତୃତ୍ୱରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଅତିରିକ୍ତ ବନସଂରକ୍ଷକ, ଆଞ୍ଚଳିକ ଅଧିକାରୀ ସଦଳବଳେ ରାଇରଙ୍ଗପୁର ବନଖଣ୍ଡ ଅଧୀନ ଯଶିପୁର ଅଞ୍ଚଳରେ ଚଢାଉ କରିଥିଲେ। ଅତର୍କିତ ଚଢ଼ାଉ କରି ୬କିଲୋରୁ ଉର୍ଦ୍ଧ୍ବ ଓଜନର ୪ଖଣ୍ଡ ହାତୀଦାନ୍ତ ଜବତ କରିବା ସହିତ ୫ଜଣ ବେପାରୀଙ୍କ ସହ ଦୁଇ ଗୋଟି ବାଇକ ଓ ମୋବାଇଲ ଜବତ କରିବାରେ ସଫଳ ହୋଇଛି। ଉକ୍ତ ୫ଜଣ ଜଣକୁ ପଚରାଉଚରା କରିବାରୁ ଏମାନେ ଉକ୍ତ ହାତୀ ଦାନ୍ତ ଦୁଇ ଜଣ ଶିକାରୀଙ୍କ ଠାରୁ ଆଣି ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିଲେ ବୋଲି ଜଣାପଡିଥିଲା। ତେବେ ୫ଜଣ ଗିରଫ କରିଥିବା ବେଳେ ଶିକାରୀ ଦୁଇ ଜଣ ଫେରାର ଥିବା ନେଇ ସୂଚନା ପ୍ରଦାନ କରାଯାଇଛି।

ଗିରଫ ବ୍ୟକ୍ତିମାନେମାନେ ହେଲେ ଯଶୀପୁର ଥାନା ଅନ୍ତର୍ଗତ ଚାକିଡ଼ି ଗ୍ରାମପଞ୍ଚାୟତର ଉସକି ଗ୍ରାମର ଦାସିଆ ସିଂ(୩୫), ମାନ୍ଦା ସିଂ(୩୦), ମନମୋହନ ହେମ୍ବ୍ରମ(୩୦), ମନ୍ତ୍ରୀ ସିଂ(୫୫), ନରସିଂହ ସିଂ(୩୩)।ଘଟଣାରେ ଜଡିତ ଅନ୍ୟ ମାନଙ୍କୁ ଗିରଫ କରିବା ନେଇ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ଗୌଡା କହିଛନ୍ତି। ଜବତ ହୋଇଥିବା ହାତୀଦାନ୍ତଟି କେବେ ଓ କେଉଁଠି ଶିକାର ହୋଇଥିଲା ସେନେଇ ସୂଚନା ପ୍ରଦାନ କରାଯାଇନଥିବା ବେଳେ ପଚରାଉଚରା ଜାରି ରହିଛି ବୋଲି କୁହାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

Sunil Chandra Nayak

ଭୁବନ ଗ୍ୟାରେଜରୁ ୧୫ ଟି ଚୋରା ବାଇକ୍ ଉଦ୍ଧାର,୩ ଗିରଫ

Sunil Chandra Nayak

Leave a Comment

error: Content is protected !!