ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାକିରି ଦେବା ନା ରେ ଠକେଇ 2 ଜଣ ଗିରଫ 

ପାପଡାହାଣ୍ଡି,9/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମର ଯୁବତୀ ଯୁବକ ମାନଙ୍କୁ ଜାଲ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ଦେଇ ସଂସ୍ଥାରେ ଚାକିରି ଦେବା ନାରେ ଠକେଇ ଅଭିଯୋଗରେ ପୋଲିସ 2 ଜଣକୁ ଥାନାରେ ଆଣି କରିଛି | ଏନେଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ | ଦୁଇ ଅଭିଯୁକ୍ତହେଲେ ସାଜିତ ଅମୀୟ ପ୍ରସାଦ ଗୋବର୍ଧନ ଓ ପ୍ରବୀଣ ସୁନା | ଏହି ଦୁଇ ଜଣ ପାପଡାହାଣ୍ଡି ବ୍ଲକରେ ଆତ୍ମ ନିର୍ଭର ଭାରତ ସଂସ୍ଥାରେ ଚାକିରି ଦେବା ନା ରେ ଯୁବତୀ ଓ ଯୁବକ ମାନଙ୍କ ଗତ 2022 ଠାରୁ ଟଙ୍କା ଆଦାୟ କରିଥିଲେ | ଜାଲ ନିଯୁକ୍ତି ଓ ପରିଚୟ ପତ୍ର ପ୍ରଦାନ କରିଥିଲେ | ଏସଏଚଜି ମାନଙ୍କୁ ସାମିଲ କରି ସେମାନଂକୁ ଫିନାଇଲ, ସାବୁନ, ଧୂପକାଠି, ଡିସ ୱାସ ତିଆରି ଲାଗି ତାଲିମ ଦେଲେ ଟଙ୍କା ମିଳିବ ବୋଲି କହିଥିଲେ |ପରବର୍ତୀ ପର୍ଯ୍ୟାୟରେ ଚାକିରି ନ ପାଇବାରୁ ଯୁବତୀ ମାନେ ଅଭିଯୁକ୍ତଙ୍କୁ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା | ଠକାମୀର ଶିକାର ହେବା ଜାଣିବା ପରେ ସେମାନେ ପାପଡାହାଣ୍ଡି ଥାନାରେ ଦ୍ୱାରସ୍ତ ହୋଇଥିଲେ | ଏତଲା କୁ ଭିତ୍ତି କରି କେଶ ନମ୍ବର 81/23 ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି | ପାପଡାହାଣ୍ଡି, କୋଷାଗୁମୁଡା ଓ ତେନ୍ତୁଳୀଖୁଣ୍ଟି ବ୍ଲକରୁ ଅଭିଯୁକ୍ତ ମାନେ ଜାଲ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ଦେଇ ମିଥ୍ୟା ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲେ | ଲକ୍ଷା ଧିକ ଟଙ୍କା ଆଦାୟ କରିଥିଲେ | ପାପଡାହାଣ୍ଡି ଥାନାରେ ପ୍ରଭାତୀ ବିଶୋଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି | ସଂସ୍ଥାର ମଖ୍ୟ ପୂର୍ଵରୁ କୋରାପୁଟ ଜେଲରେ ଥିବା ପୋଲିସ ସୂଚନା ଦେଇଛି | ଆୟୋଜିତ କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଆଇଆସି ଦୀପକ ଜେନା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

Sunil Chandra Nayak

ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

Sunil Chandra Nayak

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!