ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅନାରକଲି ଢ଼ାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

ଅନାରକଲି ଢ଼ାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ନିକଟରେ ଦିର୍ଘ ବର୍ଷ ରୁ ବେଆଇନ ଭାବେ ଅନାରକଲି ଢ଼ାବା ରେ ବେଆଇନ ଭାବେ ବିଦେଶୀ ମଦ ଖୁଲାମଖୁଲା ବିକ୍ରି ହୋଇ ଆସୁଛି। ପୂର୍ବରୁ ମଧ୍ୟ ଏହି ଢ଼ାବା ରେ ଅବକାରୀ ଚଢ଼ାଉ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ତେବେ ଚଢ଼ାଉ ସମୟରେ ଅସଲ ମଦ ମାଫିଆ ଅବକାରୀ ପଞ୍ଜା ରୁ ଖସି ଯାଉଥିବା ବେଳେ ଦୋକାନ ରେ ଗୋତି ଖଟୁଥିବା ଶ୍ରମିକ କର୍ମଚାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ କରାଯାଇଛି। 

ଶନିବାର କଳାହାଣ୍ଡି ଜିଲ୍ଲା ଅବକାରୀ ଏସପି ରଞ୍ଜନ କୁମାର ନାଏକ ଓ ଅବକାରୀ ଅଧିକ୍ଷକ ସାଗରିକା ପ୍ରଧାନ ଙ୍କ ନିର୍ଦ୍ଦେଶ ରେ କୋକସରା ଅବକାରୀ ଥାନା ପକ୍ଷରୁ କାଉଡୋଳା ଗାଁ ଓ ବୋବରିଆ ଛକ ଅନାରକଳି ଢ଼ାବା ରେ ଚଢ଼ାଉ ହୋଇଥିବା ବେଳେ ଢ଼ାବା ରୁ ପେଟି ପେଟି ବିଭିନ୍ନ ବ୍ରାଣ୍ଡ ର ବିୟର,ହ୍ବିସ୍କି ବିଦେଶୀ ମଦ ( ପ୍ରାୟ ୧୧୬ ଲିଟର ) ସହ ଏକ ଫ୍ରିଜର, ନଗଦ ୩୨୧୦ ଶହ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଚଢ଼ାଉ ବେଳେ ଭିଏଥର ମଧ୍ୟ ମଦ ମାଫିଆ ଅବକାରୀ ପଞ୍ଜା ରୁ ଖସି ଯାଇଥିବା ବେଳେ ଢ଼ାବା ରେ ଦିନ ମଜୁରିଆ ଭାବେ କାମ କରୁଥିବା କର୍ମଚାରୀ ଜୟପାଟଣା ବ୍ଲକ ଜୋର ଖଣ୍ଡିପଡା ର ଜଗବନ୍ଧୁ ରାଉତ (୩୨) କୁ ଗିରଫ କରିଛି ଅବକାରୀ ପୋଲିସ।ସେହିପରି କାଉଡୋଳା ଗ୍ରାମ ର ରୁଦ୍ର ସତନାମୀ (୫୫) କୁ ମଧ୍ୟ ୧୫ ଲିଟର ଦେଶୀ ମଦ ସହ ଗିରଫ କରିଛି ଅବକାରୀ ପୁଲିସ।ପରେ ଦୁଇ ଅଭିଯୁକ୍ତକୁ ଆଣି ପଚରାଉଚୁରା କରି ମାମଲାରେ ଦୋଷୀ ସାବ୍ୟସ୍ତ ପାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ଧର୍ମଗଡ଼ ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା, କୋକସରା ଅବକାରୀ ଓ ଆଇସି ନରେନ୍ଦ୍ର ମିଞ୍ଜ, କନେଷ୍ଟବଳ ଖୁଶିରାମ କଟା, ନିରଞ୍ଜନ ବେହେରା, କର୍ଣ୍ଣ ବାଗ ଓ ପ୍ରିୟମ୍ବଦା ଜେନା ପ୍ରମୂଖ ସାମିଲ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Sunil Chandra Nayak

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

masiha

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

masiha

Leave a Comment

error: Content is protected !!