ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଦା ରାଜସ୍ୱ ଗ୍ରାମର ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବୀ

ଢେଙ୍କାନାଳ, ୦୯.୦୫, ୨୦୨୩: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଆରଦା ଗ୍ରାମବାସୀମାନେ ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ପୂର୍ବରୁ ଆରଦା ଗ୍ରାମବାସୀମାନେ ଗ୍ରାମର ସୀମା ଚିହ୍ନଟ ପାଇ ଆବେଦନ କରିଥିଲେ । ତାହା ଅନ୍ୟ ଗ୍ରାମକୁ ନୋଟିସ୍ କରାଯାଇଥିଲା ଏବଂ ପ୍ରାୟ ୩ ଭାଗ ସୀମା ଚିହ୍ନଟ ସରିଯାଇଥିବା ସ୍ଥଳେ ଆଉ ୧ ଭାଗ ଚିହ୍ନଟ ବାକି ରହିଯାଇଛି। ଏ ବିଷୟରେ ବାରମ୍ବାର ଆର.ଆଇଙ୍କୁ ଜଣାଇବା ସତ୍ତ୍ବେ ଆଉ ୧ ଭାଗ ଚିହ୍ନଟ କରୁନାହାଁନ୍ତି । ଯାହାଫଳରେ ଅନ୍ୟଗ୍ରାମର ଲୋକମାନେ ଆରଦା ଗ୍ରାମର ଜମିକୁ ଜବରଦଖଲ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏବେ ଚାଉଳିଆ ଗ୍ରାମର ଅମ୍ବୁଜ ସାହୁ, ପିତା ନିତ୍ୟାନନ୍ଦ ସାହୁ ଓ କୁମର ବିନ୍ଧାଣୀ, ପିତା-କମ୍ପୁଆ ବିନ୍ଧାଣୀ ଜେସିବି ଲଗାଇ ଆରଦା ଗ୍ରାମରେ ଟ୍ରେଚ୍ ଖୋଳୁଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଗ୍ରାମର ପ୍ରକାଶ ଚନ୍ଦ୍ର ସାଇଁ, ନରହରି ପରିଡା, ନିବାରଣ ରାଉତ, ଭାସ୍କର ଚନ୍ଦ୍ର ସ୍ବାଇଁ, ତ୍ରିଲୋଚନ ଜେନା, ବିଜୟ କୁମାର ସାହୁ ଓ ଟଙ୍କଧର ରାଉତଙ୍କ ସମେତ ବହୁ ଗ୍ରାମବାସୀ ତହସିଲଦାରଙ୍କ ସାକ୍ଷାତ କରି ଏକ ଲିଖୁତ ଅଭିଯୋଗ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆର କେ ଡିଗ୍ରୀ କଲେଜ ପକ୍ଷରୁ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ

masiha

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

Leave a Comment

error: Content is protected !!