ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେର ବାଇକ ମଧ୍ୟରେ ଧକ୍କା 2 ଗୁରୁତର

ପାପଡାହାଣ୍ଡି,9/5, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦେଇଯାଇଥିବା 26ନମ୍ବର ଜାତୀୟ ରାଜପଥର ପ୍ରଧାନୀଗୁଡା ଠାରେ ମଙ୍ଗଳବାର ଏକ ବାଇକ ଓ ବୋଲେର ମଧ୍ୟରେ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ଅଁଳାଭଟା ପଂଚାୟତ ବାରିଗୁଡା ଗ୍ରାମର ସୁନ୍ଦର ହରିଜନ ଓ ରାହୁଲ ହରିଜନ | ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଦୁଇ ବାଇକ ଚାଳକ ଏକ ବାଇକରେ ନିଜ ଘରୁ ପାପଡାହାଣ୍ଡି କୌଣସି କାମରେ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ବୋଲେରୋ ସହ ପ୍ରଧାନିଗୁଡାରେ ଧକ୍କା ହୋଇଥିଲେ | ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡି ଜବତ କରି ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

masiha

ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ

Sunil Chandra Nayak

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିବସ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!