ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେର ବାଇକ ମଧ୍ୟରେ ଧକ୍କା 2 ଗୁରୁତର

ପାପଡାହାଣ୍ଡି,9/5, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦେଇଯାଇଥିବା 26ନମ୍ବର ଜାତୀୟ ରାଜପଥର ପ୍ରଧାନୀଗୁଡା ଠାରେ ମଙ୍ଗଳବାର ଏକ ବାଇକ ଓ ବୋଲେର ମଧ୍ୟରେ ଧକ୍କା ହୋଇ 2 ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ଅଁଳାଭଟା ପଂଚାୟତ ବାରିଗୁଡା ଗ୍ରାମର ସୁନ୍ଦର ହରିଜନ ଓ ରାହୁଲ ହରିଜନ | ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଦୁଇ ବାଇକ ଚାଳକ ଏକ ବାଇକରେ ନିଜ ଘରୁ ପାପଡାହାଣ୍ଡି କୌଣସି କାମରେ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ବୋଲେରୋ ସହ ପ୍ରଧାନିଗୁଡାରେ ଧକ୍କା ହୋଇଥିଲେ | ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡି ଜବତ କରି ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଡାବୁଗାଁ ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କେବଳ ପ୍ରହସନ ମାତ୍ର:କାହା ପାଇଁ ହେଲା ଏ ମେଳା

Sunil Chandra Nayak

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

Sunil Chandra Nayak

Leave a Comment

error: Content is protected !!