ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପର ଗାଡି ତଳେ ଚାପି ହୋଇଗଲା ବୁଲେଟ

ପାପଡାହାଣ୍ଡି,9/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବସଷ୍ଟାଣ୍ଡ ଛକରେ ମଙ୍ଗଳବାର ଏକ ପାର୍କିଂରେ ଥିବା ଟିପର ଗାଡି ଯିବା ଯୋଗୁଁ ଏହାର ତଳେ ଏକ ବୁଲେଟ ଚାପି ହୋଇଯାଇଥିଲା | ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ସ୍ଥାନୀୟ ଲୋକ ବର୍ତ୍ତି ଯାଇଛନ୍ତି | ଟିପର ଧକାରେ ଦୁଇଟି ଦୋକାନ ଆଂଶିକ ନଷ୍ଟ ହୋଇଛି | ସୂଚନା ମୁତାବକ CG 13 LA 0995 ଟିପରଟି ରାୟପୁର ରୁ ଆସି ପାପଡାହାଣ୍ଡି ବସଷ୍ଟାଣ୍ଡରେ ଡ୍ରାଇଭର ଟିଫିନ ଖାଇବାକୁ ଯାଇଥିବା ସମୟରେ ହଟାତ ଟିପର ଟି ଗଡି ଯାଇଥିଲା | ଏହି ସମୟରେ ତରାଗାଁ ର ଗୌତମ ଭକ୍ତ ନିଜର ବାଇକ ରାସ୍ତା କଡ଼ରେ ରଖିଥିଲେ, ଟିପର ଟି ବୁଲେଟ ଉପରେ ଚଢି ଯାଇଥିଲା | ତେବେ ନିକଟରେ ଥିବା ଲୋକ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ପାପଡାହାଣ୍ଡି ପୋଲିସ ପହଁଚି ବୁଲେଟକୁ ଟିପର ତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହାବିରୋଡ଼କୁ ନୂତନ ବ୍ଲକ ଗଠନ ଲାଗି ପ୍ରସ୍ତୁତି ବୈଠକ    

Sunil Chandra Nayak

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଦୁଇଟି ଭେଣ୍ଟିଲେଟର୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!