ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି 

ବନ୍ଧୁଗାଁ ତା,୧୭/୬/୨୬, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ଠାରେ ଆସନ୍ତା ମାସରେ ଶ୍ରୀଶ୍ରୀଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଟା ହବ I ଉକ୍ତ ପ୍ରତିଷ୍ଟା ଦିନରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ଦଳର ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା ଙ୍କୁ ନିମନ୍ତ୍ରଣ ସହ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ମାନଙ୍କୁ ମଧ୍ୟ ସନ୍ନମାନୀୟ ଅତିଥି ଭାବରେ ନିମନ୍ତ୍ରଣ ପାଇଁ ଆଲମଣ୍ଡା ଗ୍ରାମ ବାସିଙ୍କ ଦ୍ୱାରା କୋରାଯାଇଥିବାର ଜାଣିବାକୁ ମିଳିଛି I

ମା କୋଟା ଦୁର୍ଗା ଭବାନି ଙ୍କ ପ୍ରତିଷ୍ଟା ଦିନ ହେଲା ଆସନ୍ତା ମାସରେ ତିନିଦିନ ଧରି ପୂଜା କାର୍ଯ୍ୟ କୋରାଯିବା ପାଇଁ ହୋଇଅଛି,୧ ତାରିଖରେ କୁମ କୁମ ପୂଜା ୨. ତାରିଖରେ କାଲ୍ୟାଣମ ପୂଜା ଓ ୩.ତାରିଖରେ ମାଙ୍କ ପ୍ରତିଷ୍ଟା ଓ ଅନ୍ନଭୋଗ କୋରାଯିବାର ସୁଚି କୋରାଯାଇଅଛି I ମାଙ୍କ ମନ୍ଦିର ପ୍ରତିଷ୍ଟା କୁ ନେଇ ମନ୍ଦିରକୁ ରଙ୍ଗ ମରା ଓ ଆକର୍ଶଣ କାମ ଚାଲିଚି ଓ ପ୍ରତିଷ୍ଟା ଦିନରେ ମନ୍ଦିରକୁ ଆସିବା ପାଇଁ ଥିବା ଭକ୍ତଙ୍କ ପାଇଁ ସୁବିଧା ଜନକ ଆୟଜନ ମଧ୍ୟ କୋରାଯିବାର ବ୍ୟବସ୍ତା ହେଉଅଛି I ମା କୋଟା ଦୁର୍ଗା ଭବାନି ମନ୍ଦିର ପାଇଁ ଅତି କମରେ ୭୦ ଲକ୍ଷ ଟଙ୍କାର ବ୍ୟୟରେ ତିଆରି ହୋଇ ହୋଇଥିବା ସହ ମନ୍ଦିରରେ ମାଙ୍କ ମୂର୍ତ୍ତି ପାଇଁ ନୟାଗଡ଼ ଜିଲ୍ଲାରୁ ୫ ଲକ୍ଷ ଟଙ୍କାର ବ୍ୟୟରେ କିଣାଯାଇ ଅଣାଯାଇଅଛି I ମାଙ୍କ ଏହି ମନ୍ଦିର ପାଇଁ ଆଲମଣ୍ଡା ଗ୍ରାମ ବାସିଙ୍କ ଘର ପ୍ରତି ଚାନ୍ଦା ଓ ବାହାରରୁ ମଧ୍ୟ କିଛି ଛୋଟ ବଡ଼ ଭଦ୍ର ଲୋକଙ୍କ ଠାରୁ କିଛି ପୁଞ୍ଜି ମାଙ୍କ ପାଇଁ ଅନୁଦାନ ଦେଇଥିବା ଯୋଗୁଁ ଆଜି ମା କୋଟା ଦୁର୍ଗା ଭବାନି ଙ୍କ ନାମରେ ନୂତନ ମନ୍ଦିର କରିବାରେ ଆଲମଣ୍ଡା ଗ୍ରାମର ଛୋଟ ବଡ଼ ଓ ବୁଦ୍ଧିଯିବି ଓ ଭଦ୍ର ବ୍ୟକ୍ତିଙ୍କ କର କମଳରେ ଆଲମଣ୍ଡା ଗ୍ରାମ ଠାରେ ଅଞ୍ଚଳର ଭକ୍ତଙ୍କ ପାଇଁ ନୂତନ ମନ୍ଦିର ପ୍ରତିଷ୍ଟା କରିବା ଯୋଗୁଁ ଅଞ୍ଚଳବାସୀ ବହୁତ ଖୁସି ହୋଇଥିବାର ଜାଣିବାକୁ ପାଇଛୁ I

ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

ବନ୍ଧୁଗାଁ ତା, ୧୭/୬/୨୬, ଆଜି ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ସାମନ୍ନାଠାରେ ରହିଥିବା ଖେଳ ପଡିଆ ଠାରେ ଆଜି ଶୁଭାରମ୍ଭ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ନାରାୟଣ ପାଟଣା ବ୍ଲକର ସମାଜ ସେବକ ବନ୍ଧୁ ରାଜେଶ କୁମାର ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ I ରାଜେସ ବାବୁଙ୍କୁ ସର୍ବ ପ୍ରଥମେ ପୁଷ୍ପ ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣେଇ ଖେଳ ପଡିଆକୁ ପାଛଟି ନେଇଥିଲେ I ଏଥିସହ ଖେଳ ପଡିଆ ଠାରେ ପହଁଞ୍ଚିବା ପରେ ଖେଳ ଆୟୋଜନ କରିଥିବା ସାନ ସରପଲି ଗ୍ରାମର ଯୁବକ ସଙ୍ଘ ର ଯୁବ ଗୋଷ୍ଠି ପିଲାଏ କ୍ରିଛ ରେ ଆଜିର ପ୍ରଥମ ଦିନର ଆରମ୍ଭ କରିବା ଦୁଇ ଦଳର ଖେଳାଳୀଙ୍କ ନେଇ ରିବନ ଫିତା କାଟି ଶୁଭ ଉଦ୍ଧଘାଟନ ପାଇଁ ନଡ଼ିଆ ମାରି ଶେଷରେ ଦୁଇ ଖେଳାଳୀଙ୍କ ହାତକୁ ହାତ ମିଶାଇ ଦୁଇ ଦଳର ଖେଳାଳୀଙ୍କୁ ଭଲ ଭାବରେ ଖେଳିବ ଓ ହାର ଜିତ ର କିଛି ମନକୁ ନେବ ନାଇଁ ଓ ଖେଳ ପାଇଁ କିଛି ବିଶୃଙ୍ଖଳା କରିବ ନାଇଁ ଓ ଦୁଇଦଳ ମିଳିମିଶି ଖୁସିରେ ଖେଳି ଶାନ୍ତି ଶୃଙ୍ଖଳା ବଜାୟ ରଖିବ ବଲି ଓ ଟୁର୍ଣ୍ଣାମେଣ୍ଟ ରେ ଯାହା ନିୟମ ଅଛି ନିୟମ ବିରୁଦ୍ଧରେ ଖିଲାପ କରି ନିୟମ ଉଲଙ୍ଗନ କରିବେ ନାହିଁ ନିୟମ ମାନି ଖେଳିବେ ବଲି ଲୁହା ବାବୁ ଖେଳାଳୀଙ୍କ କିଛି ଉପଦେଶ ଦେଇଥିଲେ I

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ଦଳକୁ ଖେଳ କେଳାଯିବ ଓ ଫାଇନାଲ ବିଜେତାଙ୍କୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ପ୍ରତ୍ୟକ ଦଳ ପାଇଁ ଇଣ୍ଟର ଫିଜ ୨୫୦୦ ଟଙ୍କା ଓ ଭଲ ଖେଳାଳୀ ପାଇଁ ପ୍ରତ୍ୟକ ମେଚରେ ମେନ ଅଫ ଦା ମେଚ ପାଇଁ କେବଳ ଟ୍ରଫି ଦିଆଯିବ I ପ୍ରତ୍ୟକ ମେଚ ପାଇଁ ୧୨ ଓଭର ଲେଖାଏଁ ଖେଳ ଖେଳା ଯିବା ପାଇଁ ହୋଇଅଛି I ଆଜିର ପ୍ରଥମେ ଡ଼ୁମାଡଙ୍ଗର ଦଳ ପ୍ରଥମ ବେଟିଙ୍ଗ କରି ୧୨ ଓଭରରେ ୬୮ ରନ କରିଥିଲେ, ଉକ୍ତ ୬୮ ରନର ବିଜୟର ଲକ୍ଷକୁ ନେଇ ନିଲାବାଡ଼ି ଦଳ ୧୦ ଓଭରରେ ୪୮ ରନରେ ସମସ୍ତ ଉଇକେଟ ହରାଇ ଥିଲେ, ପ୍ରଥମ ଦିନରେ ଡ଼ୁମାଡଙ୍ଗର ଦଳ ବିଜୟର ସ୍ୱାଦ ଚାଖି ବହୁତ ଖୁସି ହୋଇଥିଲେ I ଏହି ଟୁର୍ଣ୍ଣାମେଣ୍ଟ ର ଶେଷ ତଥା ଫାଇନାଲ ମେଚ ୩୦ ତାରିଖରେ ଖେଳାଯିବ I ଏହି ଖେଳର ଆୟୋଜକ ମାନେ ହେଲେ ସାନ ସରପୋଲି ଗ୍ରାମର ଯୁବଗଷ୍ଟି ଅସକ କାଳ୍ପା,ଚିଣ୍ଟୁ ପଣ୍ଡା, ବକସି ସୁବୁଦ୍ଧି, ବାବୁରାଓ ପିଡ଼ିକା, ରାଜେସ ପିଡ଼ିକା,ଅରୁନ କାଳ୍ପା,ଅନ୍ୟାନ୍ୟ ଖେଳ ପ୍ରେମିଗଣ ଉପସ୍ଥିତ ରହିଥିଲେ I

ସଞ୍ଜୀବ କୁମାର ବଙ୍ଗରି ରିପୋର୍ଟ୍ 

Related posts

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

masiha

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସାଧାରଣ ସଭା ଓ ନୂତନ କମିଟି ଗଠନ

masiha

Leave a Comment

error: Content is protected !!