ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ଶ୍ରାଦ୍ଧ ଉତ୍ସବ-୨୦୨୫ ପାଳିତ 

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ଶ୍ରାଦ୍ଧ ଉତ୍ସବ-୨୦୨୫ ପାଳିତ 

ଢେଙ୍କାନାଳ ତା.୧୭.0୮.୨୦୨୫ ରିଖ : ଓଡ଼ିଶାର ମହାମହିମ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶତାୟୁ,ବ୍ରଜନାଥ ବଡ଼ଜେନା ହାଇସ୍କୁଲ, ଢେଙ୍କାନାଳର ହିନ୍ଦୀ ଶିକ୍ଷକ,ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟିର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଶ୍ୟାମାଚରଣପୁରସ୍ଥିତ ଆଦୃତା ଗୃହର ପିଲାମାନଙ୍କ ସହିତ ସ୍ଵର୍ଗତଃ ପିତାଙ୍କର ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି lସେହି ଠାରେ ଅନ୍ତେବାସୀ ଓ ନିମନ୍ତ୍ରିତ ଅତିଥିଗଣ ସ୍ବର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସ୍ମୃତିଚାରଣ କରିଥିଲେ l ଏହା ପରେ ପିଲାମାନଙ୍କ ସହିତ ସମସ୍ତ ଅତିଥି ସେଠାରେ ମଧ୍ୟାନ୍ନ ଭୋଜନ କରିଥିଲେ ଏବଂ ପିଲାମାନଙ୍କ ପାଇଁ କିଛି ଶୁଖିଲା ଭୋଜନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ l ସେଥିରେ ପ୍ରାକ୍ତନ ପ୍ରଫେସର ଦେବେନ୍ଦ୍ର କୁମାର ମିଶ୍ର,ବୀଣା ମିଶ୍ର,ପ୍ରାକ୍ତନ ପ୍ରଧାନ ଶିକ୍ଷିକା ଶାରଦା ମିଶ୍ର,ନାଟ୍ୟକାର ଶତ୍ରୁଘ୍ନ ମାଟି, ସ୍ଵର୍ଣ୍ଣଲତା ମାଟି,ବିନାୟକ ପ୍ରସାଦ ନନ୍ଦ,ରୁଦ୍ର ନନ୍ଦ,ବିଶିଷ୍ଟ ଗାୟିକା ସ୍ନିଗ୍ଧା ନନ୍ଦ,ବିଶିଷ୍ଟ ଗାୟକ କମଳ ନନ୍ଦ,ଚକ୍ରଧର ପାତ୍ର,ସାହିତ୍ୟିକା ନିର୍ମଳା ମହାପାତ୍ର,ରାଧାନାଥ ରଥ,ସାମ୍ବାଦିକ ପ୍ରଶାନ୍ତ ତ୍ରିପାଠୀ,ଅନିତା ରଥ,କିଶୋର ଚନ୍ଦ୍ର ମିଶ୍ର,ସତ୍ୟଭାମା ମିଶ୍ର,ଚନ୍ଦନ ମିଶ୍ର,ସୌମେନ୍ଦ୍ର ପଟ୍ଟନାୟକ,ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟଙ୍କ ସମେତ ସମସ୍ତେ ସପରିବାର ଉପସ୍ଥିତ ଥିଲେ l ଏଥିରେ ଆଦୃତ ଗୃହର ନୀଳମଣି ମହାପାତ୍ର ଓ ସୁଶାନ୍ତ ପଟ୍ଟନାୟକ ସୁଶ୍ରୀ ମିଶ୍ରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିଲେ l ଏହା ଏକ ଅତୁଳନୀୟ ଉଦ୍ୟମ ବୋଲି ସ୍ଵୀୟ ବାର୍ତ୍ତାରେ ମତପ୍ରକାଶ କରିଛନ୍ତି ତାଙ୍କର ସୁଛାତ୍ର ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳର ଯୁଗ୍ମ ଆବାହକ,ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର। ସମସ୍ତେ ଏହିଭଳି ଅନୁକରଣୀୟ ଉଦ୍ୟମ କରିବା ଦରକାର ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସ୍ବର୍ଗତଃ ଗଦାଧର ମିଶ୍ର ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ରାଜ୍ୟ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଥିଲେ ମଧ୍ୟ ସମସ୍ତ ବିଷୟ ଶିକ୍ଷାଦାନ କରିବାରେ ନିପୁଣ ଥିଲେ। ଅବସର ଗ୍ରହଣ ପରେ ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟି,ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାବରେ ବହୁ ବର୍ଷ ଧରି ଗୁରୁ ଦାୟିତ୍ୱ ତୁଲାଇଥିଲେ।ତାଙ୍କରି ସ୍ମୃତିରେ ମୋ ସ୍କୁଲ ଅଭିଯାନରେ ତାଙ୍କର ଦଧିଚି ପୁରସ୍କାର ପ୍ରାପ୍ତ ସୁକନ୍ୟା ଶୈଳବାଳା ମିଶ୍ର ୫୦,୦୦୦(ପଚାଶ ହଜାର) ଟଙ୍କା ପ୍ରଦାନ କରିଛନ୍ତି,ତାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୧୦୦,୦୦୦(ଏକଲକ୍ଷ)ଟଙ୍କା ଓଡ଼ିଶା ସରକାର ପ୍ରଦାନ କରିଛନ୍ତି।ଏହାଦ୍ୱାରା ୧,୫୦୦୦୦(ଏକଲକ୍ଷ ପଚାଶ ହଜାର)ଟଙ୍କାର ଅର୍ଥରାଶିରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି।ତାଙ୍କ ନାମରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବାଧିକଉ ନମ୍ବର ରଖିଥିବା ଛାତ୍ର ବା ଛାତ୍ରୀଙ୍କୁ ଏକ ରନିଂ କପ୍ ମଧ୍ୟ ପ୍ରଦାନ କରାଯାଉଛି। ଏହା ଅତି ଆନନ୍ଦର କଥା ଓ ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ବିଷୟ ।ତାଙ୍କ ଠାରୁ ଶିକ୍ଷା ଲାଭ କରିଥିବାରୁ ତାଙ୍କ ନିକଟରେ ତାଙ୍କର ସମସ୍ତ ଛାତ୍ରୀ ଛାତ୍ର ଚିରକୃତଜ୍ଞ ବୋଲି ସମସ୍ତେ ସ୍ଵୀୟ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି। ପରିଶେଷରେ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

ଡା.ଦେବୀ ପ୍ରସାଦ ମିଶ୍ର  ଙ୍କ ରିପୋର୍ଟ୍ 

Related posts

ମହିଚଲା ଠାରେ ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ନେଇ ପୂର୍ବ ସରପଞ୍ଚ ଅଜୟ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ ରେ ଖଣ୍ଡନ

masiha

A five day workshop on Enhancing Digital Literacy of School Teachers towards Women Empowerment 

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

masiha

Leave a Comment

error: Content is protected !!