ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ 

ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ର ରୋଟ୍ରାକ୍ଟ କ୍ଲବ ତରଫରୁ ଗାନ୍ଧୀ ମହାବିଦ୍ୟାଳୟ ଠାରେ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଶୋକ ବେହୁରା କ୍ଲବର ନୂତନ ସଭାପତି, ସମ୍ପାଦିକା ତଥା ରୋଟ୍ରାକ୍ଟର ମାନଙ୍କୁ ସ୍ବାଗତ ଜଣାଇବା ସହ ପୁରାତନ ସଭାପତି ଓ ତାଙ୍କର ସହଯୋଗୀ ମାନଙ୍କୁ ବିଗତ ବର୍ଷର କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେଇଥିଲେ। ରୋଟ୍ରାକ୍ଟର ରୋହିତ ଦେହୁରୀ ୨୦୨୫-୨୬ ରୋଟାରୀ ସେସନ୍ ପାଇଁ ନୂତନ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ସହ ଆଗାମୀ ସମୟରେ କେଉଁ କେଉଁ କାର୍ଯ୍ୟ କରିବେ ତାହାର ସଂକ୍ଷିପ୍ତ ବିବରଣୀ ଦେବା ସହ ନିଜ ଟିମ୍ ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ସୁଶ୍ରୀ ସିମରନ୍ ନାଗ କ୍ଲବର ଚାର୍ଟର ସାର୍ଟିଫିକେଟ ନୂତନ ସମ୍ପାଦିକା ସୁଶ୍ରୀ ଲକ୍ଷ୍ମୀପ୍ରିୟା କୁମ୍ଭାରଙ୍କୁ ହସ୍ତାନ୍ତର କରିଥିଲେ। ରୋଟାରୀ କ୍ଲବ ର ଉପଦେଷ୍ଟା ପିପି ରୋଟାରିଆନ ଅଞ୍ଜନା ମୈତ୍ର ରୋଟ୍ରାକ୍ଟ କ୍ଲବର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲା ରୋଟ୍ରାକ୍ଟ ଚେୟାର ପିଡିଜି ନିଖଲେଶ ତ୍ରିବେଦୀ ଙ୍କ ରୋଟ୍ରାକ୍ଟଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବାର୍ତ୍ତାକୁ ପାଠ କରିଥିଲେ। ରୋଟ୍ରାକ୍ଟ କ୍ଲବର ଅଧ୍ୟକ୍ଷା ରୋଟାରିଆନ ନିବେଦିତା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରୋଟ୍ରାକ୍ଟ କ୍ଲବର ଉପଦେଷ୍ଟା ଉଷା ସାହୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆୟୋଜନ କରିଥିଲେ। ରୋଟାରିଆନ ଡ ସୂରଜ ନାୟକ ଏବଂ ସମ୍ପାଦିକ ରୋଟାରିଆନ ରଶ୍ମି ମିଶ୍ର ଏବଂ ଅଧ୍ୟାପିକା ରଶ୍ମିତା ଏକ୍କା,ଅଧ୍ୟାପିକା ବନଜା ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୩୦ଜଣ ରୋଟ୍ରାକ୍ଟର ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

masiha

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

Leave a Comment

error: Content is protected !!