ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ , ଅନଲାଇନ ବେପାର କୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ 

ଧର୍ମଗଡ:୨୬/୨/୨୩: ଧର୍ମଗଡ ଚେମ୍ବର ଅଫ କମର୍ସ ର ତ୍ରୟମାସିକ ବୈଠକ ବସ୍ତି ପଡ଼ା ଦୂର୍ଗା ମଣ୍ଡପ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି । ସଂଘ ର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଟ ବ୍ୟବସାୟୀ ଶୁକ ଲାଲ ଅଗ୍ରୱାଲ, ଉପ ସଭାପତି ନରେଶ କୁମାର ଅଗ୍ରୱାଲ, କେମିଷ୍ଟ ସଂଘ ର ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଦିବଂଗତ ବ୍ୟବସାୟୀ ଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା । ସମ୍ପାଦକ ଅରୁଣ କୁମାର ତାୟାଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଅନ ଲାଇନ ବ୍ୟବସାୟ ଦ୍ୱାରା ଖୁଚୁରା ବ୍ୟବସାୟୀ ମାନେ ବିଶେଷ ଭାବରେ ପ୍ରଭାବିତ ହୋଇ କ୍ଷତି ରେ ପଡ଼ୁଥିବା ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ବ୍ୟବସାୟୀ ସଂଘ ଗଠନ ର ଦଶନ୍ଧି ସମୟ ଅତିବାହିତ ହୋଇ ଯାଇ ଥିଲେ ହେଁ ଅଦ୍ୟାବଧି ସଂଘ ର ନିଜସ୍ଵ ଏକ ଅଫିସ ଗୃହ ହୋଇ ପାରି ନାହିଁ । ଏଣୁ ଶୀଘ୍ର ଏକ ଅଫିସ ଗୃହ ନିର୍ମାଣ ପାଇଁ ଉଦ୍ୟମ କରାଯାଉ ବୋଲି ଏଠାରେ ମତ ପ୍ରକାଶ ପାଇଥିଲା । ପୂର୍ବତନ କୋଷାଧ୍ୟକ୍ଷ ସୁନିଲ ଅଗ୍ରୱାଲ ଙ୍କ ଦେହାନ୍ତ ହୋଇ ଯାଇ ଥିବାରୁ ସରୋଜ କୁମାର ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ କୋଷାଧ୍ୟକ୍ଷ ଭାବେ ମନୋନୀତ କରା ଯାଇଥିଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟବସାୟୀ ହରେଶ କୁମାର ଅଗ୍ରୱାଲ, କମଲ କୁମାର ଅଗ୍ରୱାଲ, ଅତୁଲ୍ୟ ମେହେର, ସୁବାସ କୁମାର ଅଗ୍ରୱାଲ, ବୈଦ୍ୟନାଥ ବେହେରା, ଜଗନ୍ନାଥ ପୃଷ୍ଟି, ଦିନେଶ କୁମାର ଅଗ୍ରୱାଲ, ଘନ ଶ୍ୟାମ ଅଗ୍ରୱାଲ ଙ୍କ ସମେତ ଅଞ୍ଚଳ ର ଅନେକ ବ୍ୟବସାୟୀ ଯୋଗ ଦେଇଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ

masiha

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ଖାନ୍ନା ଙ୍କୁ ସମର୍ପିତ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!