ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୂଆପଡା // ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ପରିଚାଳିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ କୁମାର ପାଢ଼ୀ, ଇତିହାସ ବିଭାଗର ଆଧ୍ୟାପକ ଶ୍ରୀଯୁକ୍ତ ରାଜକୁମାର ରତେ ଓ ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ରମାକାନ୍ତ ସିଂ ସାହାଣୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସରୋଜ କଲତା, ସୁବାସ ଚନ୍ଦ୍ର ବାଗ, ଗଣେଶ ଜଗତ, ଶୁଭମ୍ ସିଂ ନିନା, ତେଜ୍ କୁମାର ଯାଦବ, ଚୋକ୍ରାମ ସାହୁ, ସ୍ନେହା ଦାସ ଓ ଦିପ୍ତିମୟୀ ବେହେରା ଆଦି ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟଠୁ ଏକ ଶୋଭାଯାତ୍ରାରେ ବାହାରି ସ୍ୱେଚ୍ଛାସେବୀମାନେ କଲେଜ ଗେଟ୍ ସାମ୍ନା ତଥା ଜାତୀୟ ରାଜପଥ ପାର୍ଶ୍ଵରେ ଗାଡ଼ି ଚାଳକ ମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, ମୋବାଇଲ୍ ବ୍ୟବହାର କରିବାନି , ସିଲ୍ଟ ବେଲ୍ଟ ପରିଧାନ କରିବା ତଥା ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟ ମା’ ବିରଜା ସାହିତ୍ୟ ସଦନକୁ ଦିଲ୍ଲୀରୁ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା

Sunil Chandra Nayak

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା ପାଈଁ ସମ୍ବର୍ଦ୍ଧନା 

masiha

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ବିଶ୍ୱ ଜଳ ଦିବସ ସଚେତନତା ଅଭିଯାନ

Sunil Chandra Nayak

Leave a Comment

error: Content is protected !!