ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସବ ” ଘୁମୁରା ” -୨୩ ପାଳିତ

  ଭବାନୀ ପାଟଣା //  ତା. ୦୮.୦୧.୨୦୨୩ // ଅଦ୍ୟ ତା. ୦୮.୦୧.୨୦୨୩ ରିଖ ଦିନ ସ୍ଥାନୀୟ ଟାଉନହଲ ଠାରେ ୨୫ ତମ ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସବ ” ଘୁମୁରା ” -୨୩ ପାଳନ ହୋଇଯାଇଛି I ଏଥିରେ ସଭାପତିତ୍ୱ କରିଥିଲେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା I ଅତିଥି ଭାବରେ ମଞ୍ଚାସିନ ଥିଲେ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା , ବିଶିଷ୍ଟ ଶିକ୍ଷାବିତ ଡଃ. ଅଜୟ ମିଶ୍ର , ସଂସ୍କୃତି ସଂଗଠକ ଶ୍ରୀଯୁକ୍ତ ଜୟନ୍ତ କୁମାର ବେହେରା , ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରଧାନ , ଏ.ପି.ଡ଼ି ଶ୍ରୀଯୁକ୍ତ ବିମ୍ବାଧର ସାହୁ ଏବଂ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳୟ ଦେହୁରୀ I ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସଞ୍ଜୀବ କୁମାର ସିଂହ ଏବଂ ଶ୍ରୀଯୁକ୍ତ ସୁଶୀଲ ଗହୀର I ଉକ୍ତ ଦିନ ସକାଳ ୮.୦୦ ଘ. ସମୟରେ ସ୍ଥାନୀୟ ମାଆ ମାଣିକେଶ୍ଵରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନହଲ ପର୍ଯ୍ୟନ୍ତ ପହଞ୍ଚିଥିଲେ I ତା ପରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା , ଘୁମୁରା, ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ବିଜୟିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ନାରାୟଣ ସଂଗୀତ ମହାବିଦ୍ୟାଳୟର କଳାକାର ମାନଙ୍କ ଦ୍ୱାରା ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ସଫଳ କରିବାର ସମସ୍ତ କାଉନସିଲର ମାନଙ୍କ ଯୋଗଦାନ ଓ ଭୂମିକା ବେଶୀ ଥିଲା I ଏଥିରେ ଉପସ୍ଥିତ ଥିଲେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପୂର୍ବତନ ବିଧାୟକ ସଦର ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକ . ପୂର୍ବତନ ପୌରIଧ୍ୟକ୍ଷା ଶ୍ରୀମତୀ ଲଳିତା ନାଏକ , ପୂର୍ବତନ ଉପନଗରପାଳ ଶ୍ରୀ ଯୁକ୍ତ ଚିତ୍ତ ରଞ୍ଜନ ମଣ୍ଡଳ, ଶ୍ରୀଯୁକ୍ତ ଭବାନୀ ଶଙ୍କର ନିଆଲ , ଶ୍ରୀଯୁକ୍ତ ଧବଳେଶ୍ୱର ମହାପାତ୍ର , ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତି, ଶ୍ରୀଯୁକ୍ତ ସେନାପତି ନାଏକ, ଶ୍ରୀଯୁକ୍ତ ଭଣ୍ଡେଶ୍ଵର ମହାପାତ୍ର , ଶ୍ରୀଯୁକ୍ତ ଅଙ୍କୁର ବାଗ , ଶ୍ରୀଯୁକ୍ତ ମହମ୍ମଦ ଅବଦୁଲ ୱାରିଶ, ପିଙ୍କି ରାଉତ , ଉତ୍ପଳ ଦାଶ, ପ୍ରାଣନାଥ ନାଏକ , ମାଧୁରୀବନ୍ତ ନାଏକ , ବିଳାସିନୀ ରାଉତ , ଭୁବନେ ବାଗ, ଶିବ ସାହୁ , ଜୟଶ୍ରୀ ଅଗ୍ରୱାଲ ,ଗିରିଜା ଗହୀର ,ମଞ୍ଜୁଶ୍ରୀ ନାଏକ ,ପ୍ରଭାତୀ ମହାରଣା ,ହାରାମଣି ଗୌଡ଼ ,ରଞ୍ଜୁକ୍ତI ପ୍ରଧାନ ,ମାନସୀ ଜେନା ,ମହେନ୍ଦ୍ର ରାଉତ ,କ୍ଷୀରସିନ୍ଧୁ ନାଏକ ,ସଚିନ କୁମାର ନାଏକ ,ପ୍ରଶାନ୍ତ କୁମାର ଠାକୁର ,ପ୍ରମିତ ସିଂ , ସୁତପା ବହିଦାର , ପ୍ରତିଭା ଚୌହାନ , ମମତା ଦାସ , ଲକ୍ଷ୍ମୀକାନ୍ତ ପଣ୍ଡା, ସୁତପା ବହିଦାର , ପ୍ରତିଭା ଚୌହାନ , ମମତା ଦାସ , ଲକ୍ଷ୍ମୀକାନ୍ତ ଦାସ , ଏସ.ଏସ.ଜି ମହିଳା , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ମୁନିସିପାଲିଟି କର୍ମଚାରୀ ଏବଂ ସହରର ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ I

କିଶନ ଶର୍ମା , ଭବାନୀ ପାଟଣା 

Related posts

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

masiha

Leave a Comment

error: Content is protected !!